ଶରୀର ପାଇଁ ବାଇଗଣ କେତେ ଉପକାର !

ଦୈନନ୍ଦିନ ଜୀବନରେ ଆମେ ବହୁତ ପ୍ରକାର ସବୁଜ ପନିପରିବା ଖାଉ, ତା ଭିତରେ ବାଇଗଣ ବି ଗୋଟେ । ପରନ୍ତୁ ଆପଣ ଜାଣନ୍ତି କି ବାଇଗଣ ଶରୀର ପ୍ରତି କେତେ ହିତକର ! ଲୋହିତ ରଙ୍ଗର ବାଇଗଣ ବେଶ୍ ଭଲ ଶରୀର ପାଇଁ ଓ ଏଥିରେ କମ୍ କ୍ୟାଲେରି ବି ଥାଏ । ଏଥିରେ ଫାଇବର, ମାଙ୍ଗାନିଜ, ପୋଟାସିୟମ୍, ଭିଟାମିନ୍ ବି ଓ ଭିଟାମିନ୍ ସି ଭରପୁର ହୋଇ ରହିଥାଏ । ତେବେ ଜାଣନ୍ତୁ ଏହାର ଉପକାରିତା…
୧.ହୃତପୀଣ୍ଡ ଜନିତ ସମସ୍ୟାରୁ ମୁକ୍ତି –ବାଇଗଣରେ ଥିବା ଫାଇବର ଓ ପୋଟାସିୟମ ଯୋଗୁଁ ୩୪ % ହୃତପିଣ୍ଡ ଜନିତ ବିଭିନ୍ନ ରୋଗରୁ ମୁକ୍ତି ମିଳି ଥାଏ ।
୨- ବ୍ଲଡ୍ କୋଲେଣ୍ଡର- ବାଇଗଣକୁ ବିଭିନ୍ନ ଉପାୟରେ ରୋଷେଇ କରି ଖାଇବା ଦ୍ୱାରା ଶରୀରରେ ଥିବା କୋଲେଣ୍ଡର କମ୍ ହୋଇଥାଏ ।
୩- କ୍ୟାନ୍ସର- ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ କ୍ୟାନ୍ସର ଭଳି ଭୟାନକ ରୋଗର ଭୁତାଣୁକୁ ମାରିଥାଏ ବାଇଗଣ ।
୪- ସ୍ମରଣ ଶକ୍ତି ବଢାଏ- ବାଇଗଣ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ ଓ ମୁଣ୍ଡକୁ ରକ୍ତ ସଞ୍ଚାଳନ ଖୁବ୍ ଦ୍ରୁତ ଗତିରେ ହୋଇଥାଏ ।
୫- ଓଜନ ନିୟନ୍ତ୍ରଣ – ବାଇଗଣରେ ଥିବା କମ୍ କ୍ୟାଲେରି ଯୋଗୁଁ ଏହା ଆପଣଙ୍କ ଓଜନକୁ ନିୟନ୍ତ୍ରଣରେ ରଖିଥାଏ । ଏହା ସହିତ ଶରୀରକୁ ସୁସ୍ଥ ସବଳ ମଧ୍ୟ କରିଥାଏ ।
୬- କଲିଜା ପାଇଁ- ବାଇଗଣ ଖାଇବା ଦ୍ୱାରା କଲିଜାର ସୁରକ୍ଷା ହୋଇଥାଏ ।

Comments are closed.