କଳା ବୋଲି କହି ତାଚ୍ଛଲ୍ୟ କରିବାରୁ ବିଷ ଦେଇ ମାରିଲେ ବହୁ

ରାଗ ମଣିଷର ପ୍ରଥମ ଶତ୍ରୁ । ଯାହା ମାଧ୍ୟମରେ ସେ ନିଜର ହିତାହିତ ଜ୍ଞାନକୁ ଭୁଲିବସେ । ଭଲ ଓ ଖରାପ ଭିତରେ ବ୍ୟବଧାନ ଦେଖିଲା ବେଳକୁ ସବୁର ଘଟିଥାଏ ଅନ୍ତ । ସେହିପରି ଏକ ମହିଳା ନିଜ ରାଗକୁ ନିୟନ୍ତ୍ରଣ ରଖି ନପାରି ଖାଇବାରେ ମିଶାଇଛି ବିଷ, ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୦ ଜଣ ଅସୁସ୍ଥ ଅବସ୍ଥାରେ ପଡିଛନ୍ତି । ଘଟଣାଟି ଘଟିଛି ମୁମ୍ବାଇର ଖୋପୋଲି ଅଞ୍ଚଳରେ । ସେଠାର ରହୁଥିବା ୨୩ ବର୍ଷିୟା ମହିଳା ପ୍ରଜ୍ଞାଙ୍କ ବର୍ଣ୍ଣ ଆସିଂକ କଳା ଥିବାରୁ ସମସ୍ତେ ପରିହାସ କରନ୍ତି । ପରିବାର ବର୍ଗରେ ଥିବା ଏକ ପର୍ବରେ ସମ୍ପର୍କିୟଙ୍କ ଥଟ୍ଟାକୁ ସହି ନ ପାରି ସଂପୃକ୍ତ ମହିଳା ଜଣକ ଖାଇବାରେ ବିଷ ମିଶାଇ ଦେଇଥିଲେ ।
ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ଭାରତୀୟ ପିଙ୍ଗୋଳ କୋର୍ଟ ଧାରା ୩୦୨, ୩୦୭, ୩୨୮ ଓ ୩୩୮ ଅନୁସାରେ କୋର୍ଟ ଚାଲାଣ କରିଛି ।

Comments are closed.