ସ୍ୱାର୍ଥରେ ଅନ୍ଧ ହେଲା ପୁଅ, ଟ୍ରାକ୍ଟର ଆଗରେ ଶୁଆଇଲା ଜନ୍ମିତ ମାଁ’ କୁ
ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ପୂରଣ କରିବା ପାଇଁ ମାଁ’କୁ ଭୁଲି ଗଲା ପୁଅ । ଚଳନ୍ତା ଟ୍ରାକ୍ଟର ଆଗକୁ ପିଙ୍ଗି ଦେଲା ନିଜ ଜନ୍ମ କଲା ମାଁ କୁ । ଏପରି ଏକ ଦୁଃଖଦପୂର୍ଣ୍ଣ ଘଟଣା ଘଟିଛି ମହାରାଷ୍ଟ୍ରର ମଙ୍ଗୁଳି ଜିଲ୍ଳା ଅନ୍ତର୍ଗତ ମାଲେଗାଁଓ ତହସିଲରେ । ଖବର ଅନୁସାରେ, ମାଲେଗାଁଓ ତହସିଲରେ ଦୁଇ ଚାଷୀ ରାୱତ ଓ ଦଳଭିଙ୍କ ମଧ୍ୟରେ ଜମି ବାଢିକୁ ନେଇ ବିବାଦ ସୃଷ୍ଟି ହୋଇ କୋର୍ଟକୁ କଥା ଯାଇଥିଲା । ପରନ୍ତୁ କୋର୍ଟର ରାୟକୁ ମାନି ନଥିଲା ଦଲଭି । ଯେତେବେଳେ ରାୱତ ଚାଷ ପାଇଁ ଟ୍ରାକ୍ଟର ଧରି ଆସିଲେ ବିଲକୁ ସେବେ ଦଲିଭ ନିଜ ବୃଦ୍ଧା ମା’ଙ୍କୁ ଘରୁ ଜୋର ଜବରଦସ୍ତ ଉଠାଇ ଆଣି ଚଳନ୍ତା ଟ୍ରାକ୍ଟର ଆଗକୁ ଫୋପାଡି ଦେଇଥିଲା । ସତରେ କେଡେ ଅବିବେକୀ ଏ ପୁଅ ।
Comments are closed.