ଶ୍ରୀନଗରରେ ପୁଣି ଗ୍ରେନେଡ ଆକ୍ରମଣ, ୭ ଲୋକ ଗୁରୁତର

ଶ୍ରୀନଗର,୧୨ ।୧୦: ଜମ୍ମୁ-କାଶ୍ମୀରର ଶ୍ରୀନଗରରେ କଡା ସୁରକ୍ଷା ମଧ୍ୟରେ ହରିସିଂହ ହାଇଟ ଷ୍ଟ୍ରିଟ ଘାଟିରେ ଗ୍ରେନେଡ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏହି ଆକ୍ରମଣରେ ୭ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସଙ୍କ ସହ ସୁରକ୍ଷାକର୍ମୀମାନେ ପହଞ୍ଚିବା ସହ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ତେବେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପଥରଫିଙ୍ଗା ଘଟଣା ସାମ୍ନାକୁ ଆସିଛି । ଏହା ପୂର୍ବରୁ ଜମ୍ମୁ-କଶ୍ମୀର ଅବନ୍ତୀପୁରଠାରେ ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଥିଲା । ଏହି ଘଟଣା ପରେ ଘାଟିରେ ସୁରକ୍ଷାବଳଙ୍କ ଦ୍ୱାରା ହାଇ ଆଲର୍ଟ ଜାରି କରାଯାଇଥିଲା ।

Comments are closed.