ପିଆଜକୁ ନେଇ ସଂଘର୍ଷ! ମହିଳାଙ୍କ ଭିତରେ ଚାଲିଥିବା ଝଗଡାରେ ୫ ଗୁରୁତର

ନୂଆଦିଲ୍ଲୀ: ପିଆଜର ଚଢା ଦର ଲୋକଙ୍କୁ ଚିନ୍ତାରେ ପକାଉଥିବା ବେଳେ ଏବେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି । ଜଣେ ମହିଳା ପିଆଜକୁ ନେଇ ଜଣେ ମହିଳାଙ୍କୁ କମେଣ୍ଟ ମାରିବାରୁ ଦୁହିଁଙ୍କ ଭିତରେ ଝଗଡା ହୋଇଗଲା । ପରେ ଏମାନଙ୍କ ଝଗଡା ଏତେ ବଢିଗଲା ଯେ, ୫ ଜଣ ମହିଳା ଗୁରୁତର ଆହତ ହୋଇଗଲେ । ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ ।

ତେବେ ଅମରୋହ ଜିଲ୍ଲା ମାର୍କେଟର ଏକ ଦୋକାନରେ ୨ ମହିଳା ପିଆଜ ଦରକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଜଣେ ମହିଳା ଅନ୍ୟ ମହିଳାଙ୍କ ଆର୍ଥିକ ସ୍ଥିତି ଓ ପିଆଜ କିଣିବାର ଅସମର୍ଥତାକୁ ନେଇ ଯୁକ୍ତି କରିବାରୁ ସୃଷ୍ଟି ହୋଇଥିଲା ମହାଭାରତ । ପରେ ବିବାଦ ବଢି ହିଂସାର ରୂପ ନେଇଥିଲା । ଏହି ଘଟଣାରେ ୫ ଜଣ ମହିଳା ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ୬ ଜଣ ମହିଳାଙ୍କ ନାମରେ ମାମଲା ରୁଜୁ ହୋଇଥିଲା ବେଳେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ପରେ ସେମାନେ ଜାମିନରେ ଆସିଥିବା ସୂଚନା ମିଳିଛି ।

Comments are closed.