ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ, ଆରମ୍ଭରୁ ହଟ୍ଟଗୋଳ
ଭୁବନେଶ୍ୱର,୧୮ ।୨: ଆଜିଠାରୁ ଷୋଡଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭରୁ ରାଜ୍ୟପାଳ ଗଣେଶୀ ଲାଲ ଅଭିଭାଷଣ ଦେଇଛନ୍ତି । ପୂର୍ବତନ ବିଧାୟକଙ୍କ ବିୟୋଗରେ ରାଜ୍ୟପାଳ ଶୋକ ପ୍ରସ୍ତାବ ଦେଇଛନ୍ତି । ଏହା ସହ ସହିଦ ଯବାନ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସେ ଶୋକ ପ୍ରସ୍ତାବ ଦେବା ପରେ କହିଛନ୍ତି ଯେ, ‘କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ । ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।’
ଅନ୍ୟପଟେ ବିଧାନସଭା ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଛି । କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ ଆରମ୍ଭ କରିଛନ୍ତି । ହଟ୍ଟଗୋଳ ସହ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି ।
Comments are closed.