ମାତୃତ୍ୱରେ ଡେରି କଲେ ପିଲା ପାଇଁ ଭଲ

ମାତୃତ୍ୱ ହେଉଛି ନାରୀ ଜୀବନର ସାର୍ଥକତା । ହେଲେ ବିବାହ ପରେ ପିଲା ଟିଏ ପାଇଁ କେହି କେହି ବିକଳ ହୋଇଥାଆନ୍ତି । ପୁଣି ଆଉ କେହି ବିଳମ୍ବରେ ପିଲା ଜନ୍ମ ପାଇଁ ଚାହିଁଥାନ୍ତି । ହେଲେ ଡେରିରେ ଗର୍ଭଧାରଣ କରୁଥିବା ଅର୍ଥାତ ମା’ ହେଉଥିବା ମହିଳାମାନେ ଅଧିକ ସ୍ନେହୀ । ପିଲାର ଲାଳନପାଳନ ଠାରୁ  ସ୍ନେହ ଆଦର ପର୍ଯ୍ୟନ୍ତ ଏହି ମହଳାମାନେ ଯଥେଷ୍ଟ ଯତ୍ନଶୀଳ ।  ଡେନମାର୍କର ଆରୁସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗବେଷଣାରୁ ଏହି ତଥ୍ୟ ଜଣାପଡ଼ିଛି ।  ଡେରିରେ ଗର୍ଭଧାରଣ କରୁଥିବା ମହିଳାଙ୍କ ଶରୀରର ପୂର୍ଣ୍ଣ ପରିପକ୍ୱତା ଆସିଥାଏ । ଏହି ସମୟରେ ପିଲା ସୁସ୍ଥ ସବଳ ହୋଇ ଜନ୍ମ ହୋଇଥାଏ । ଯାହା କମ୍ ବୟସରେ ମାତୃତ୍ୱ ଲାଭ କରୁଥିବା ମହିଳାଙ୍କ କ୍ଷେତ୍ରରେ ଦେଖାଯାଇ  ନ ଥାଏ । ଅଳ୍ପବୟସରେ ମାତୃତ୍ୱ ଲାଭ କଲେ ପିଲା ପୁଷ୍ଠିହୀନତାର ଶିକାର ହେବାର ଆଶଙ୍କା ଥାଏ ।  ଯଦି କେହି ମହିଳା ରକ୍ତହୀନତା ଭଳି ରୋଗରେ ପୀଡ଼ିତ ତାହା ହେଲେ ବେଶି ବିପଦ। ତେଣୁ ମା’ ଟିଏ ସୁସ୍ଥ ହେଲେ ପିଲାର ଭଲ ଭାବେ ଯତ୍ନ ନେଇପାରିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି ।

Comments are closed.