ବାଇକକୁ ଗଛରେ ପିଟି ୨ ମୃତ

ରୋଡ ଦୁର୍ଘଟଣାର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କେଉଁଠ ଗାଡିି ଭାରସ୍ୟାମ ହରାଇଲାଣି ତ କେଉଁଠି କିଏ ପିଟି ହେଲାଣି । ଏପରି ଏକ ସଡକ ଦୁର୍ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥିନା ଅନ୍ତର୍ଗତ କାନୁଟ୍ ତଅଲା ଛକରେ । ଯେଉଁଠି ଗାନ୍ଧୀରାମ ବାଗ ଓ ବୁଲୁ ବାଗ ନାମକ ଦୁଇ ଯୁବକ ବାଇକରେ ଯାଉଁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାର ନିକଟରେ ଥିବା ଗଛରେ ପିଟି ହୋଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଛାନଭିନ ଆରମ୍ଭ କରିଛି ।

Comments are closed.