ପୁରୁଷଙ୍କୁ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଧର୍ମଗୁରୁ ଗିରଫ
ସମାଜରେ ଧର୍ମଗୁରୁ ସାଜି ଲୋକମାନଙ୍କର ଶୋଷଣ କରୁଥିବା ଆଉ ଜଣେ ବାବାଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ବାବଙ୍କ ନାମ ଫକିର ଆସିଫ୍ ନୁରୀ ଥିବା ବେଳେ ସେ ମହାରାଷ୍ଟ୍ରର ମରାଠାୱାଡା ରିଜିୟନର ଦରଗା ରୋଡସ୍ଥିତ ମଦ୍ରାସାରେ ରହୁଥିଲେ । ପୋଲିସଙ୍କ କହିବା ଅନୁସାରେ, ବାବା ଜଣକ ନିଜକୁ ଧର୍ମଗୁରୁ ବୋଲାଉଥିବା ବେଳେ ବହୁତ ଦୂରଦୁରାନ୍ତରୁ ଲୋକମାନେ ନିଜର ସମସ୍ୟା ନେଇ ଆସିଥାନ୍ତି ବାବାଙ୍କ ନିକଟକୁ । ପରନ୍ତୁ ବାବା ନିଜର ପୁରୁଷ ଚେଲାମାନଙ୍କ ସହ ଲୋକମାନଙ୍କୁ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ଯାହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାର ଖୁଲାସା ହୋଇଛି ।
Comments are closed.