ଅଗଷ୍ଟ ମାସ ପ୍ରଥମ ରବିବାର : ବନ୍ଧୁତା ଦିବସ

ବନ୍ଧୁ ଓ ବନ୍ଧୁତା ଏହି ଦୁଇଟି ଭିତରେ ସଂର୍ପକଟି ହେଉଛି ଅତ୍ୟନ୍ତ ନିଆରା । ଆଉ ଏହି ସଂର୍ପକକୁ ମନେରଖିବାକୁ ପ୍ରତିବର୍ଷ ବନ୍ଧୁତା ଦିବସ ବା ଫ୍ରେଣ୍ଡସିପ ଡେ କୁ ପାଳନ କରାଯାଏ । ଏହି ଦିବସକୁ ପ୍ରଥମେ ୧୯୩୦ ମସିହା ଅଗଷ୍ଟ ୨ ତାରିଖରେ ହଲମାର୍କ କାର୍ଡର ସଂସ୍ଥାପକ ଜୋୟସ୍ ହାଲ୍ ଆରମ୍ଭ କରିଥିଲେ । ୧୯୨୦ ମସିହାରେ ରାଷ୍ଟ୍ରୀୟ ସଂଘ ଦ୍ୱାରା ପ୍ରଥମେ ଅଭିନନ୍ଦନ ବା ଗ୍ରିଟିଙ୍ଗ୍ କାର୍ଡର ବ୍ୟବହାର ଆରମ୍ଭ ହୋଇଥିଲା । କିନ୍ତୁ ଏହା ବାଣିଜ୍ୟ ବ୍ୟବସାୟ କରିବାର ଏକ ମାଧ୍ୟମ ବୋଲି କହି କାର୍ଡର ପ୍ରଚଳନକୁ ହ୍ରାସ କରାଯାଇଥିଲା । ୧୯୨୦ ରୁ ୧୯୩୦ ମସିହା ଭିତରେ ୟୁଏସ୍ଏ, ଇଉରୋପରେ ଏହି ଦିବସକୁ ଆଗକୁ ବଢାଇବାକୁ କୈାଣସି ସମ୍ଭାବନା ଦେଖାଦେଲା ନାହିଁ । ପରେ ୧୯୪୦ ମସିହା ବେଳକୁ ଏହାର ଆଗ୍ରହ ଓ ଉତ୍ସାହ ଲୋକଙ୍କ ଭିତରେ ବଢିବାରେ ଲାଗିଲା । ସବୁ ଦେଶରେ ଭିନ୍ନ ଭିନ୍ନ ଦିନରେ ବନ୍ଧୁତା ଦିବସକୁ ପାଳନ କରାଯାଏ । କିନ୍ତୁ ଭାରତରେ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରରେ ପାଳନ କରାଯାଏ ବନ୍ଧୁତା ଦିବସ । ଲୋକମାନେ ନିଜ ସାଙ୍ଗମାନଙ୍କଠାରୁ ଯେତେ ଦୂରରେ ଥିଲେବି ଏହି ଦିନରେ ଏକାଠି ହୋଇ ଏହି ଦିନର ମଜ୍ଜା ନେଇଥାନ୍ତି । ପରସ୍ପରକୁ କାର୍ଡ, ଗିଫ୍ଟି ଇତ୍ୟାଦି ଦେଇଥାନ୍ତି । ଏବେ ଏହାକୁ ଭୋଜିଭାତ କରି ବା ନୂତନ ପିଢିମାନେ ହୋଟେଲରେ ସେଲିବ୍ରେଟ୍ କରୁଛନ୍ତି ।

Comments are closed.