୨୪ ଘଣ୍ଟିଆ ଖମାର ବନ୍ଦ ପାଇଁ ଡାକରା ଦେଲା ବିଜେପି

ଅନୁଗୁଳ: ପାଲଲହଡା ବ୍ଲକ ଖମାରରେ ଆଜି ୨ ଦଫା ଦାବିରେ ବିଜେପି ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏନେଇ ୧୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯିବା ସହିତ ଦୋକାନ ବଜାର ବନ୍ଦ କରି ଦିଆଯାଇଛି । ଫଳରେ ସମସ୍ତ ଗାଡିମଟର ଚଳାଚଳ ବନ୍ଦ ହୋଇ ପଡିଛି । ଖମାର ହସ୍ପିଟାଲରେ ଖାଲି ଥିବା ଡାକ୍ତର ପଦବୀରେ ନିିଯୁକ୍ତି ଓ ମରୁଡି କ୍ଷତିଗ୍ରସ୍ତ  ଚାଷୀମାନଙ୍କୁ କ୍ଷତିପୁରଣ ଦାବୀ ନେଇ ଏହି ଧାରଣାର ଶୁଭାରମ୍ଭ ହୋଇଛି ବୋଲି ସୂଚନା ମିଳିଛି ।

Comments are closed.