ଟାଙ୍ଗୀ ଵଳରାମ ଦେବ ବିଦ୍ୟାପୀଠରେ ୧୯୯୩ ମସିହା ମାଟ୍ରିକ୍ ବ୍ୟାଚ ର ବନ୍ଧୁ ମିଳନ
ଟାଙ୍ଗୀ(ରାକେଶ କୁମାର ଜଗଦେବ) : ଟାଙ୍ଗୀ ଵଳରାମ ଦେବ ବିଦ୍ୟାପୀଠ ୧୯୯୩ ମସିହା ମାଟ୍ରିକ୍ ବ୍ୟାଚ୍ ପକ୍ଷରୁ ନବ ବର୍ଷ ଉପଲକ୍ଷେ ବନ୍ଧୁ ମିଳନ ଅନୁଷ୍ଠିତ ହୋଇ ଯାଇଛି | ଟାଙ୍ଗୀ ଗୀରି ଗୋବର୍ଦ୍ଧନ ପୀଠ ପାଦ ଦେଶରେ ଏହି ବନ୍ଧୁ ମିଳନ କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଅନୁଷ୍ଠିତ ହୋଇ ଯାଇଛି |ଏହି ଅବସରରେ ଅକାଳରେ ଦୁନିଆ ଛାଡି ଚାଲି ଯାଇଥିବା ବନ୍ଧୁ ମାନଙ୍କ ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା | ଆବାହକ ପ୍ରମୋଦ କୁମାର ରାଉତ ଓ ଶଙ୍କର୍ଷଣ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ପୁରାତନ ଛାତ୍ର ସରୋଜ କୁମାର ପାଇକରାୟ ବନ୍ଧୁ ମିଳନର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ସଂପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ | ଏହି ଅବସରରେ ଟାଙ୍ଗୀ ବନ ବିଭାଗ ରେଂଜର ରବିନ୍ଦ୍ର ନାଥ ପଣ୍ଡା ମୁଖ୍ୟ ଅତିଥୀ ଭାବେ ଯୋଗଦେଇଥିଲେ | ଜଙ୍ଗଲ ସୁରକ୍ଷା ଓ ହାତୀ ମାନଙ୍କ ସୁରକ୍ଷା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଯୋଗୁଁ ରେଂଜ୍ ଅଫିସର ରବିନ୍ଦ୍ର ନାଥ ପଣ୍ଡାଙ୍କୁ ଉତ୍ତରୀୟ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା |ଏହି ବନ୍ଧୁ ମିଳନରେ ପୁରାତନ ଛାତ୍ର ଗୋବିନ୍ଦ ଚନ୍ଦ୍ର ସାହୁ,ରାମଚନ୍ଦ୍ର ପରିଡା,ରମାକାନ୍ତ ଦାସ,ସୁଶାନ୍ତ କୁମାର ଦାଶ ପ୍ରମୁଖ ପରିବେଶ ସୁରକ୍ଷା ଉପରେ ମତ ରଖିଥିଲେ | ଏହି କାର୍ଯ୍ୟକ୍ରମରେ ବନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଦେବେନ୍ଦ୍ର କୁମାର ବେହେରା,ଖେଳ ପ୍ରଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁ,ଯୁବ ବ୍ୟବସାୟୀ ଜଗଦିଶ ଚନ୍ଦ୍ର ମହାପାତ୍ରଙ୍କୁ ପୁଷ୍ପ ଗୁଛ ଦେଇ ମୁଖ୍ୟ ଅତିଥୀ ରେଂଜ୍ ଅଫିସର ଶ୍ରୀ ପଣ୍ଡା ସମ୍ବର୍ଦ୍ଧିତ କରିଥିଲେ | ଏହି କାର୍ଯ୍ୟକ୍ରମକୁ ତ୍ରୀଲୋଚନ ସାହୁ,ପ୍ରଦୀପ କୁମାର ନାୟକ,ସଂଗ୍ରାମ କେଶରୀ ସୁନ୍ଦରାୟ,ମନ ମୋହନ ଧଳ ସାମନ୍ତ ପ୍ରମୁଖ ସହଯୋଗ କରିଥିଲେ |
Comments are closed.