ଗରିବବନ୍ଧୁ ନାରୀଶକ୍ତି ସଂଗଠନର କର୍ମକର୍ତ୍ତା ବୈଠକ

ପଟ୍ଟାମୁଣ୍ଡାଇ (ଧୀରେନ୍ଦ୍ର ମଲ୍ଲିକ) : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ଗାଁର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗରିବବନ୍ଧୁ ନାରୀଶକ୍ତି ସ୍ୱଚ୍ଛ ଭରତ ସଂଗଠନ ପକ୍ଷରୁ ଏକ କର୍ମକର୍ତ୍ତା ବୈଠକ ଓ ବନ୍ଧୁମିଳନ ଉତ୍ସବ ପାଳନ କରାଯାଇଛି | ଅନୁଷ୍ଠାନର ସଂଯୋଜକ ପ୍ରମୋଦ ପରିଡା, ଟ୍ୱିଙ୍କିଲ ପରିଡା, ପ୍ରିୟବ୍ରତ ପରିଡାଙ୍କ ନେତୃତ୍ୟରେ ଅଯୋଜିତ ବୈଠକରେ ଗ୍ରାମାଞ୍ଚଳର ନାରୀମାନଙ୍କ ସମସ୍ୟାକୁ ନେଇ ଆଲୋକପାତ କରାଯାଇଛି | ସମାଜରେ କେହିବି ମୌଳିକ ସୁବିଧା ଅଧିକ|ରରୁ ବଂଚିତ ନହେବେ ସେନେଇ ସଙ୍ଘ ପକ୍ଷରୁ ସମସ୍ତେ ସଂକଳ୍ପ ନେଇଛନ୍ତି | ମଦମୁକ୍ତ ପରିବେଶ, ସୁସ୍ଥ ସମାଜ ଗଠନ କରାଯିବାର ସ୍ବପ୍ନ ନେଇ ନାରୀଟିଏ ସମ୍ମାନର ସହ ସ୍ୱାବଲମ୍ବୀ ହୋଇ ସମାଜରେ କିପରି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇପାରିବ ସେନେଇ ଆୟୋଜିତ କର୍ମକର୍ତ୍ତା ବୈଠକରେ ନିଷ୍ପତି ନିଆଯାଇଥିଲା |ମହିଳା ସଶକ୍ତିକରଣ ପ୍ରଗତିର କେନ୍ଦ୍ରବିନ୍ଦୁ ହୋଇଥିବାବେଳେ ସମାଜରେ ଅବହେଳିତ ଭାବେ ଥିବା ମହିଳା ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ସଂଗଠନର ସମ୍ପାଦିକା,ଲଷ୍ମୀପ୍ରିୟା ମଲ୍ଲିକ, ସଂଗଠନର କର୍ମକର୍ତ୍ତା ମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ |

Comments are closed.