ଜନଗହଳୀକୁ ନେଇ ଟ୍ରେନ୍ ଦୁର୍ଘଟଣା: ୪ ମୃତ, ଅନେକ ଆହତ
ଦିନକୁ ଦିନ ଜନସଂଖ୍ୟାର ବୃଦ୍ଧିକୁ ନେଇ ବସ୍, ଟ୍ରେନ୍ ଆଦିରେ ଭିଡ ଦେଖିବାକୁ ମିଳୁଛି । ଯାହା ଫଳରେ ବିଭିନ୍ନ କ୍ଷେତ୍ରରେ ଦୁର୍ଘଟଣାମାନ ଘଟୁଛି । ଏପରି ଏକ ଟ୍ରେନ୍ ଦୁର୍ଘଟଣା ଆଜି ଚେନ୍ନାଇର ରେଲୱେ ଷ୍ଟେସନରେ ଦେଖିବାକୁ ମିଳିଛି । ଖବର ଅନୁସାରେ, ଜନଗହଳିରେ ପୂର୍ଣ୍ଣ ଥିବା ଚେନ୍ନାଇ ଲୋକାଲ ଟ୍ରେନ୍ରେ କେତେକ ଲୋକ ଓହଳି ହୋଇ ଆସୁଥିଲେ । ସେଥିରୁ ତଳେ ଖସି ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Comments are closed.