ହୀରାକୁଦ ଡ୍ୟାମରେ ଖୋଲିଲା ୫ଟି ଗେଟ୍ : ବନ୍ୟାଜଳ ନିଷ୍କାସିତ

ଆଜି ସମ୍ବଲପୁର ହୀରାକୁଦ ଡ୍ୟାମର ବର୍ଷାଜଳ ନିଷ୍କାସିତ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲା ଯାଇଛି । ଲଗାଣ ବର୍ଷାର ପ୍ରଭାବ ଦ୍ୱାରା ହୀରାକୁଦରେ ଜଳସ୍ତର ବୃଦ୍ଧି ହୋଇଛି, ଯାହା ଫଳରେ ପ୍ରଥମେ ଗୋଟିଏ ଓ ପରେ ଅନ୍ୟ ଚାରୋଟି ଗେଟ୍ ଖୋଲା ଯାଇଥିଲା । ଖବର ଅନୁସାରେ , ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୪୫ଫୁଟ୍ ଥିବା ବେଳେ ଜଳଭଣ୍ଡାରକୁ ୧ ଲକ୍ଷ ୫୪ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ଏନେଇ ଆଜି ରାତି ସୁଦ୍ଧା ୧୫ଟି ଗେଟ୍ ଖୋଲା ଯିବ ବୋଲି ହୀରାକୁଦର ମୁଖ୍ୟ କର୍ମକର୍ତ୍ତା ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି ।

Comments are closed.