ବନ ବିଭାଗର ଚଢ଼ାଉ ,୨୦ ହଜାର ଟଙ୍କାର ଶାଳ ଲଗ୍ ଜବତ
ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନରେ ଥିବା ମହିତମା ସେକ୍ସନ ଅଧିନରେ ନଇତଇଲା ଜଙ୍ଗଲ ନିକଟରେ ବନ ବିଭାଗ ଚଢ଼ାଉ କରି ୧୦ ଟି ଶାଳ ଲଗ୍ ସହିତ ୩ ଟି ଶାଳ ପୋଲ ଜବତ କରିଛି। କାଠ କଟା ହୋଇଥିବା ନେଇ କୌଣସି ମତେ ଖବର ପାଇ ବନପାଳ ରାକେଶ କୁମାର ସାହୁ ,ବନରକ୍ଷୀ ଶ୍ରୀକାନ୍ତ ନାୟକ ଓ କର୍ମଚାରୀଙ୍କୁ ନେଇ ଚଢ଼ାଉ କରି ଶାଳ ଲଗ୍ ଓ ପୋଲ ଗୁଡ଼ିକୁ ମହିତମା ସେକ୍ସନକୁ ଆଣିଥିଲେ।ଯାହାର ମୂଲ୍ୟ ୨୦ ହଜାର ଟଙ୍କା ହେବ ବୋଲି ବାନପାଳ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ବନ ବିଭାଗର ଏଭଳି ଚଢ଼ାଉ ଦ୍ଵାରା କାଠ ମାଫିଆ ମାନଙ୍କ ମଧ୍ୟରେ ଛନକା ସୃଷ୍ଟି ହୋଇଛି ।
Comments are closed.