ପୁରଣ ହେଲା ଦାବି ଶେଷରେ ଜେଲରୁ ମୁକୁଳିଲେ ୫ ସାମ୍ବାଦିକ

0

ମାଲକାନଗିରି(ଅପୂର୍ବ ଥଣ୍ଡର) : ଶେଷରେ ଜେଲରୁ ମୁକୁଳିଲେ ୫ ସାମ୍ବାଦିକ । ଗତ କିଛି ଦିନ ତଳେ ମେଡିକାଲର ଖବର ପ୍ରସାରଣ ପରେ ରାତି ଅଧିଆ ୫ସାମ୍ବାଦିକ ଙ୍କୁ ଗିରଫ ଘଟଣା ଜିଲ୍ଲାର ସାରା ସାମ୍ବାଦିକ ସହ ପୋଡ଼ଶୀ ରାଜ୍ୟର ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ପ୍ରତିକ୍ରିୟା ହେବା ସହ ୨୧ ତାରିଖରେ ଏକ ବିରାଟ ରାଲି ବସଷ୍ଟାଣ୍ଡରୁ ବାହାରି ଏସ୍ପି ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବା ସହ ଏସ୍ପି ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଦୀର୍ଘ ୫ ଦିନ ପରେ ସମସ୍ତ ରାଜ୍ୟର ସାମ୍ବାଦିକଙ୍କ ପ୍ରଚେଷ୍ଟାରେ ଜେଲରୁ ମୁକୁଳିଲେ ୫ ସାମ୍ବାଦିକ । ୫ ଦିନର ସଂଗ୍ରାମ ପରେ ତୁଟିଲା ବିବାଦ ହଟିଲା ଧାରଣା । ୫ଜଣ ସାମ୍ବାଦିକ ଜେଲରୁ ମୁକୁଳିବା ପରେ ମାଲକାନଗିରି ଥାନା ସମ୍ମୁଖର ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଧାରଣାସ୍ଥଳରେ ପ୍ରତିବାଦ ସ୍ଵର ଉଠାଇ ଥିଲେ । ଏହି ଧାରଣା ସ୍ଥଳକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରୁଥିବା ଦେଖାଯାଇଥିଲା । ଵିଗତ ଦିନରେ CPI ଓ ବିଜେପି ସମର୍ଥନ କରିଥିବା ବେଳେ ବିଜେଡ଼ି ଓ କଂଗ୍ରେସର ମଧ୍ୟ ସମର୍ଥନ ମିଳିଛି । ଅପରପଟେ ସାମ୍ବାଦିକଙ୍କ ଦାବୀ ଅନୁଯାୟୀ ସେହି ଡାକ୍ତରଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା |

Leave A Reply

Your email address will not be published.