୮୨ ବର୍ଷ ରେ ପଦାର୍ପଣ କଲେ ଶ୍ରୀଯୁକ୍ତ ନରସିଂହ ମିଶ୍ର, ଲୋଇସିଂହାରେ ଜନ୍ମ ଦିନ ପାଳନ

ଲୋଇସିଂହା(ମହେଶ କର) : ବଲାଙ୍ଗିର ଜିଲ୍ଳାର ଲୋଇସିଂହା ଠାରେ ଲୋଇସିଂହା ଷ୍ଟାଡିୟମ୍ ଟ୍ରଷ୍ଟ ବୋର୍ଡ ଓ ଜନ ସାଧାରଣଙ୍କ ତରଫରୁ ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ରଙ୍କ ୮୨ ତମ ଜନ୍ମ ଦିବସ ପାଳିତ ହୋଇଯାଇଛି। ସର୍ବ ପ୍ରଥମେ କେକ୍ କଟାଯାଇ ମିଷ୍ଟାନ୍ନ ବଣ୍ଟନ କରାଯିବା ସହ ନରସିଂହ ମିଶ୍ରଙ୍କୁ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଥିଲା ।ଏହି ଅବସରରେ ଲୋଇସିଂହା ଷ୍ଟାଡିୟମ୍ କମିଟିର କର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଦିଲ୍ଲିପ ବେହେରା, ଶିକ୍ଷାବିତ୍ ବିଭୂତି ଭୂଷଣ ସାହାଣୀ, ଅରବିନ୍ଦ ସାହୁ, ମୋହିତ ମିଶ୍ର, ନବକିଶୋର ନାଏକ, ଶିବ ଅଗ୍ରୱାଲ ଯୋଗଦେଇ ଶ୍ରୀଯୁକ୍ତ ମିଶ୍ରଙ୍କ ଲୋଇସିଂହା ପ୍ରତି ଥିବା ଅବଦାନ ସମ୍ବନ୍ଧରେ ଆଲୋକପାତ କରିଥିଲେ।

Comments are closed.