କଟକ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ, ୧ା୨ : କଟକ ଜିଲ୍ଲା ବିଜୁ ପଟ୍ଟନାୟକ ଛକ ଘରୋଇ ହସ୍ପିଟାଲରେ ଆଜି ଅଗ୍ନିକାଣ୍ଡ ଘଟିଛି । ତୁଳସୀପୁର ସ୍ଥିତ ‘ସନ୍ ହସ୍ପିଟାଲ’ରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିଥିବା ହସ୍ପିଟାଲ ଉପର ମହଲାରୁ ପ୍ରବଳ ଧୂଆଁ ବାହାରୁଛି । ତେବେ ଏହି ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପହିନାହିଁ । ଏହା ସହ କେତେ ପରିମାଣର କ୍ଷୟକ୍ଷତି ହୋଇଛି, ତାହା ଅସ୍ପଷ୍ଟ ରହିଛି । ନିଆଁ ଲିଭାଇବା ପାଇଁ ୫ଟି ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ହସ୍ପିଟାଲରେ ଥିବା ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି । ଖବର ପାଇଁ ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚିଛନ୍ତି । ବର୍ତ୍ତମାନ ସୁଦ୍ଧା ଦମକଳ ବାହିନୀ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି ।

Comments are closed.