୨୦୨୧-୨୨ କେନ୍ଦ୍ର ବଜେଟ୍, ଜାଣନ୍ତୁ ୧୦ଟି ବଡ ଘୋଷଣା

ନୂଆଦିଲ୍ଲୀ, ୧ା୨ : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସଂସଦରେ ଆଜି ସାଧାରଣ ବଜେଟ୍ ଆଗତ ହୋଇଛି । ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମଥର ପାଇଁ ଟ୍ୟାବରେ ପଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ‘କରୋନା ଭଳି କଠିନ ସ୍ଥିତିରେ ବଜେଟ୍ ଆସିଛି । କରୋନା ସଙ୍କଟ ଯୋଗୁଁ ଏହି ବଜେଟ୍ ଐତିହାସିକ । ଲକଡାଉନରେ ପିଏମଜିକେୱାଇ ଯୋଜନାର ଘୋଷଣା ହୋଇଥିଲା । ପିଏମଜିକେୱାଇରେ ୨.୭୬ ଲକ୍ଷ କୋଟି ଆବଣ୍ଟନ ହୋଇଥିଲା । ଏଥିରେ ୧୨ କୋଟିରୁ ଅଧିକ ଲୋକଙ୍କ ସୁବିଧା ମିଳିଛି । ୧୦୦ରୁ ଅଧିକ ଦେଶକୁ ଟିକା ଯୋଗାଇବୁ । ୪୦ କୋଟି ଗରିବ ଓ ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ । ୨୦୨୧ରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବୁ । ’

ଏହା ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଜଳଜୀବନ ମିଶନ ପାଇଁ ୨.୮୭ ଲକ୍ଷ କୋଟି ରହିଛି । ୪୨ ସହରାଞ୍ଚଳରେ ବାୟୂ ପ୍ରଦୂଷଣ ରୋକିବା ପାଇଁ ୨,୨୧୭ କୋଟି ଟଙ୍କା ବଜେଟ୍ ରହିଛି । ପୁରୁଣା ଗାଡି ପାଇଁ ସ୍କ୍ରାପ ପଲିସି । ୧୩ଟି ସେକ୍ଟର ପାଇଁ ପିଏମଆଇ ସ୍କିମ ଆସିବ ।

ଏହି ବଜେଟରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନାର ଶୁଭାରମ୍ଭ ହୋଇଛି । ଯୋଜନା ପାଇଁ ୬୪ ହଜାର ୧୮୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଆତ୍ମନିର୍ଭର ଭାରତ ପାଇଁ ୨୭.୧ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

ଜିଡିପିର ୧୩% ମୋଟ ଆତ୍ମନିର୍ଭର ଭାରତ ପ୍ୟାକେଜକୁ ଦିଆଯାଇଛି । ଆତ୍ମନିର୍ଭର ଭାରତ ପ୍ୟାକେଜରେ ସୁଧାର ହେବ । ବଜେଟରେ ଆତ୍ମନିର୍ଭର ଭାରତ ଭିଜନ ହେବ । କୋଟି ଲୋକଙ୍କୁ ମାଗଣା ଗ୍ୟାସ୍ ମିଳିବ । ୮୦ କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯିବ ।
୧୦୦ରୁ ଅଧିକ ଦେଶକୁ ଟିକା ଦିଆଯାଉଛି । କୋଭିଡ ଭ୍ୟାକ୍ସିନ ପାଇଁ ୩୫,୦୦୦ କୋଟି ଟଙ୍କା ବଜେଟ୍ ରହିଛି ।

Comments are closed.