କାହିଁକି ଏଲନ୍ ମସ୍କ୍ କର୍ମଚାରୀଙ୍କୁ ବାହାର କରୁଛନ୍ତି, ଜାଣନ୍ତୁ

ନୂଆଦିଲ୍ଲୀ: କମ୍ପାନୀ ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ବୋଲି କର୍ମଚାରୀମାନେ ଆଶଙ୍କାରେ ଥିବା ବେଳେ ଏବେ ଏହା ବାସ୍ତବରେ ପରିଣତ ହେଉଛି। ଅର୍ଥାତ କମ୍ପାନୀ ନିଜର ପ୍ରାୟ ଅଧା କର୍ମଚାରୀଙ୍କ ସମେତ ଭାରତରେ କାର୍ଯ୍ୟରତ ଥିବା ବହୁ କର୍ମଚାରୀଙ୍କୁ ହଟାଇ ଦେଇଛି।

ଟ୍ୱିଟର ଗ୍ରହଣ କରିବାର ଏକ ସପ୍ତାହ ମଧ୍ୟରେ ଏଲୋନ୍ ମସ୍କ ବହୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କମ୍ପାନୀ ନିଜର ଅଧାରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଥିବା ବେଳେ ସେଥି ମଧ୍ୟରେ ଭାରତର ପ୍ରାୟ ୨ଶହରୁ ଅଧିକ କର୍ମଚାରୀ ଥିବା ଜଣାଯାଇଛି। ଚାକିରିରୁ ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ କମ୍ପାନୀ ଇମେଲ ଆସେସ୍‌କୁ ବନ୍ଦ କରିଦିଆଯାଇଛି। କମ୍ପାନୀର କର୍ମଚାରୀମାନେ ମଧ୍ୟ ଏହି ଛଟେଇକୁ ନିଶ୍ଚିତ କରିଛନ୍ତି।
ଆମେରିକା ଏବଂ କାନାଡା ପାଇଁ ଟ୍ୱିଟରର ପବ୍ଲିକ ପଲିସି ନିର୍ଦ୍ଦେଶକ ମିସେଲ ଅଷ୍ଟିନ ଟ୍ୱିଟ କରି କହିଛନ୍ତି ଯେ ଟ୍ୱିଟରରେ ମୋର ଯାତ୍ରା ସମାପ୍ତ ହେବାର ଖବର ଆଜିଠାରୁ ଆରମ୍ଭ ହୋଇଛି। ମୋର ହୃଦୟ ଭାଙ୍ଗି ଯାଇଛି। ମୁଁ ଏହାକୁ ଗ୍ରହଣ କରିବାକୁ ସକ୍ଷମ ନୁହେଁ। ‘

ଛଟେଇ ବିଷୟରେ ଏଲୋନ୍ ମସ୍କ ଟ୍ୱିଟ୍ କରି କହିଛନ୍ତି, ଟ୍ୱିଟରରେ ଛଟେଇ ବିଷୟରେ ଅନେକ ଚର୍ଚ୍ଚା ହେଉଛି। ଦୁର୍ଭାଗ୍ୟବଶତଃ, ଏହା ଏକ ସମୟରେ କରାଯାଉଛି ଯେତେବେଳେ କମ୍ପାନୀ ପ୍ରତିଦିନ ୪ମିଲିୟନ ଡଲାର ହରାଉଛି । ଏଥିପାଇଁ ମୁଁ ଦୁଃଖିତ, ହେଲେ ଏହାବାଦ ଅନ୍ୟ କୌଣସି ବିକଳ୍ପ ନାହିଁ।
ଛଟେଇ ପ୍ରକ୍ରିୟା ପୂର୍ବରୁ ଟ୍ୱିଟର ପକ୍ଷରୁ କର୍ମଚାରୀଙ୍କୁ ଅଫିସକୁ ଆସିବାକୁ ବାରଣ କରାଯାଇଥିଲା। ସେମାନଙ୍କୁ ନିଆଯାଉଥିବା ନିଷ୍ପତ୍ତି ଆଧାରରେ କାର୍ଯ୍ୟ କରିବାକୁ କୁହାଯାଇଥିଲା। ସୋମବାର ପର୍ଯ୍ୟନ୍ତ କର୍ମଚାରୀମାନଙ୍କୁ ଅଫିସକୁ ଯିବାକୁ ବାରଣ କରାଯାଇଥିବା ବେଳେ ତାହା ପୂର୍ବରୁ ଏହି ବଡ ନିଷ୍ପତ୍ତି ନିଆଯାଇଛି।

Comments are closed.