ଆଉ ଦୁଇ ଦେଶ ମୁହାଁମୁହିଁ, ଯୁଦ୍ଧ ଆଶଙ୍କାରେ ବିଶ୍ଵ

ସାଉଦି ଆରବ :ଆଊ ଗୋଟାଏ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଛି ବିଶ୍ଵ । କାରଣ ଆସନ୍ତା ୪୮ ଘଣ୍ଟା‌ ମଧ୍ୟରେ ଇରାନ ସାଉଦି ଆରବ ଉପରେ ଆକ୍ରମଣ କରିପାରେ। ଆମେରିକାର ଏକ ରିପୋର୍ଟ ଅନୁଯାୟୀ ଏଭଳି ଦାବି ହୋଇଛି। ଆମେରିକାର ୩ ଜଣ ଗୁଇନ୍ଦା ଅଧିକାରୀ ଏଭଳି ଦାବି କରିବା ପରେ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ଆମେରିକା ଅଧିକାରୀମାନେ କହିଛନ୍ତି, ଆକ୍ରମଣ ଖୁବ୍‌ଶୀଘ୍ର ହୋଇପାରେ। ଆମେ ଏନେଇ ଚିନ୍ତା ପ୍ରକଟ କରୁଛୁ ଏବଂ ସାଉଦି ଆରବର ସମସ୍ତ ସାମରିକ ଏବଂ ଗୁଇନ୍ଦା‌ ଚ୍ୟାନେଲ୍‌ ସହ ଯୋଗାଯୋଗ ଜାରି ରଖିଛୁ। ଏନଏସ୍‌ସି (ଜାତୀୟ ସୁରକ୍ଷା ପରିଷଦ)ର ଏକ ବିବୃତି ଅନୁଯା‌ୟୀ ଆମେ ଉକ୍ତ ଅଞ୍ଚଳରେ ଆମ ନିଜ ସ୍ବାର୍ଥ କିମ୍ବା ଆମ ସହଯୋଗୀ ରାଷ୍ଟ୍ରର ସୁରକ୍ଷା ଦିଗରେ କୌଣସି ପ୍ରକାର ଅବହେଳା କରିବୁନି। ‌

ତେବେ ସାଉଦି ଆରବରେ ଥିବା ଆମେରିକା ଦୂତାବାସ ପକ୍ଷରୁ ଆମେରିକୀୟ ନାଗରିକଙ୍କ ପାଇଁ ଏଯାବତ କୌଣସି ସତର୍କତା କିମ୍ବା ନିର୍ଦ୍ଦେଶାବଳି ଜାରି ହୋଇନି। ଉଲ୍ଲେଖଯୋଗ୍ୟ, ହିଜାବ ପିନ୍ଧିନଥିବାରୁ ଇରାନରେ ଜଣେ ୨୩ ବର୍ଷୀୟା ମହିଳା ଗିରଫ ହେବା ଏବଂ ପୁଲିସ ହାଜତରେ ତାଙ୍କ ମୃତ୍ୟୁ ହେବା ବିଷୟକୁ ବିରୋଧ କରି ଦୀର୍ଘ ୪୫ଦିନରୁ ଉର୍ଦ୍ଧ୍ବ ଦିନ ଧରି ଇରାନରେ ଯେଉଁ ଆନ୍ଦୋଳନ ହୋଇଛି ଏହି ଆନ୍ଦୋଳନ ପଛରେ ସାଉଦି ଆରବ ଏବଂ ଅନ୍ୟ ଶତ୍ରୁମାନଙ୍କର ହାତ ଅଛି ବୋଲି ଇରାନ ଦାବି କରୁଛି। ସେଥିପାଇଁ ଇରାନ ସାଉଦି ଆରବ ଉପରେ ଆକ୍ରମଣ କରିବାକୁ ଚାହିଛି। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୭ରେ ଇରାନରେ ଜଣେ ୨୩ ବର୍ଷୀୟା ମହିଳାଙ୍କ ପୁଲିସ ହାଜତରେ ମୃତ୍ୟୁ ହୋଇଥିଲା।

Comments are closed.