ଜାଣନ୍ତୁ କାହିଁକି ହୁଏ ପିଠି ଯନ୍ତ୍ରଣା, କେମିତି କରିବେ ଉପଚାର

ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ ପରିଶ୍ରମ ନକରିବା ଦ୍ୱାରା ମଧ୍ୟ ଏହି ସମସ୍ୟା ଦେଖାଦେଇଥାଏ । ତେବେ କାହିଁକି ହୋଇଥାଏ ପିଠି ଯନ୍ତ୍ରଣା । ଆଉ କେମିତି ଏହାର ଉପଚାର କରିବେ ?

ପିଠି ଓ ମେରୁଦଣ୍ଡ ଯନ୍ତ୍ରଣାର ଉପଚାର
– ସାଧାରଣତଃ ୨୦ରୁ ୪୦ ବର୍ଷ ବୟସର ଲୋକଙ୍କୁ ପିଠିଜନିତ ଯନ୍ତ୍ରଣା ହୋଇଥାଏ
– ପିଠି ଓ ମେରୁଦଣ୍ଡ ଯନ୍ତ୍ରଣାର ମୁଖ୍ୟ କାରଣ ହେଉଛି ବସିବାର ଶୈଳୀ
– ତଳେ ବସିବା ପିଠି ଓ ମେରୁଦଣ୍ଡ ଯନ୍ତ୍ରଣାର ଅନ୍ୟତମ କାରଣ
– ମାଂସପେଶୀ ଶକ୍ତି କମିବା ଦ୍ୱାରା ମଧ୍ୟ ପିଠି ଜନିତ ସମସ୍ୟା ହୋଇଥାଏ
– ମୋଟାପଣ ଓ ଅତ୍ୟଧିକ ଓଜନ ପିଠି ଓ ମେରୁଦଣ୍ଡ ଯନ୍ତ୍ରଣାର ଅନ୍ୟତମ କାରଣ
– ଅଧିକ ଓଜନଭାର ଉଠାଇଲେ ହୋଇଥାଏ ପିଠିଜନିତ ସମସ୍ୟା
– ଖାଦ୍ୟପେୟରେ ଅନିୟମିତତା ଓ ବ୍ୟାୟାମର ଅଭାବ ମଧ୍ୟ ପିଠି ଯନ୍ତ୍ରଣାର କାରଣ
– କ୍ୟାଲସିୟମ ଅଭାବରୁ ମଧ୍ୟ ଦେଖାଦେଇଥାଏ ପିଠି ଯନ୍ତ୍ରଣା
– ନିରାମିଷଙ୍କ କ୍ଷେତ୍ରରେ କ୍ୟାଲସିୟମ ଅଭାବ ଅଧିକ ଦେଖା ଦେଇଥାଏ
– କ୍ୟାଲସିୟମ ବଢ଼ାଇବା ପାଇଁ ଛେନା ଖାଇବା ଦରକାର
– ପିଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ଡାଏଟ୍ ଉପରେ ବିଶେଷ ଗୁରୁତ୍ୱ ଦେବା ଦରକାର
– ଉଠିବା ଓ ବସିବା ସମୟରେ ଶରୀରର ମୁଭମେଣ୍ଟକୁ ଧ୍ୟାନ ଦେବା ଦରକାର
– ନିୟମିତ ବ୍ୟାୟାମ ଓ ମର୍ଣ୍ଣିଂ ୱାକ୍ ଦ୍ୱାରା କମ୍ ହୋଇଥାଏ ପିଠି ଯନ୍ତ୍ରଣା
– କଅଁଳ ଖରାରେ ଚାଲିବା ଦ୍ୱାରା ଭିଟାମିନ୍-ଡି ବଢ଼ିଥାଏ ଓ ହାଡ଼ ମଜଭୁତ୍ ହୋଇଥାଏ
– ଜିମରେ ଷ୍ଟ୍ରେଚିଂ ଓ ୱାର୍ମଅପ୍ ବେଳେ ଧ୍ୟାନ ଦେବା ଦରକାର

Comments are closed.