ଭାଜପାକୁ ଟାର୍ଗେଟ କରି ବର୍ଷିଲେ ଆଦିତ୍ୟ ଠାକରେ

ନୂଆଦିଲ୍ଲୀ :ଭାଜପାର ହିନ୍ଦୁତ୍ୱକୁ ଆମେ ବିଶ୍ୱାସ କରୁ ନାହୁଁ । ହେଲେ ଆମ ହିନ୍ଦୁତ୍ୱ ପୂରା ସ୍ପଷ୍ଟ । ଭାଜପା ମହାରାଷ୍ଟ୍ରରେ ଦଙ୍ଗା ସୃଷ୍ଟି କରୁଛି, ହିଂସାତ୍ମକ ପରିବେଶ ସୃଷ୍ଟି କରୁଛି। ହେଲେ ଆମେ ଏହାକୁ ବିରୋଧ କରୁଛୁ କହି ଭାଜପାକୁ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ।

୨୦୧୪ ମସିହାରେ ଭାଜପା ଆମ ପିଠିରେ ଛୁରୀ ଭୁଶିଥିଲା। ଏହାସତ୍ତ୍ୱେ ଭାଜପା ସହ ଆମର କିଛି ବ୍ୟକ୍ତିଗତ ଶତ୍ରୁତା ନାହିଁ। ହାଇଦ୍ରାବାଦର ଗୀତମ ବିଶ୍ୱବିଦ୍ୟାଳୟର ଏକ ଗୋଷ୍ଠୀ ଛାତ୍ରଙ୍କୁ ସମ୍ବୋଧନ କରି ହିନ୍ଦୁତ୍ୱ ପ୍ରସଙ୍ଗରେ ଏପରି କହିଛନ୍ତି ଆଦିତ୍ୟ ଠାକରେ ।

ସେ କହିଛନ୍ତି, “ଆମର ହିନ୍ଦୁତ୍ୱ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରାଯାଇଛି ଏବଂ ଏହା ଲୋକାଦୃତ। କିଛି ଲୋକ କଣ ଖାଉଛନ୍ତି ସେଥିପ୍ରତି ଆମର ଧ୍ୟାନ ନାହିଁ, କିନ୍ତୁ ଭାଜପା ଏଥିପାଇଁ ଲୋକଙ୍କୁ ଜାଳିବାକୁ ପଛାଉ ନାହିଁ। ଯଦି ଏହା ଭାଜପାର ହିନ୍ଦୁତ୍ୱ ଅଟେ, ତେବେ ଏହା ମୋ’ ବାପା, ମୋ’ ଜେଜେବାପା ଏବଂ ଆମ ଲୋକଙ୍କ ପାଇଁ ଏହା ଗ୍ରହଣୀୟ ନୁହେଁ । ଏହା ସମ୍ପୂର୍ଣ୍ଣ ମହାରାଷ୍ଟ୍ର ପାଇଁ ମଧ୍ୟ କେବେ ବି ଗ୍ରହଣୀୟ ହେବ ନାହିଁ।

ଏଥିସହ ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ କାରଣରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉଥିବା ଭାବନା ଭୁଲ । କାରଣ ରାମ ମନ୍ଦିର ନିର୍ମାଣ ପାଇଁ ଆଦେଶ କେନ୍ଦ୍ର ସରକାର ନୁହେଁ ସୁପ୍ରିମକୋର୍ଟ ଦେଇଛନ୍ତି।

Comments are closed.