କୃଷକ ସଙ୍ଗଠନରେ ଫାଟ, ଓହରିଲେ ୨ଟି ବଡ ସଂଘ

ନୂଆଦିଲ୍ଲୀ,୨୭ ।୧: ଦିଲ୍ଲୀରେ ଆନ୍ଦୋଳନରତ କୃଷକ ସଙ୍ଗଠନରେ ଆସିଛି ବଡ ଫାଟ । ଗତକାଲିର ହିଂସାକାଣ୍ଡ ପରେ ଆନ୍ଦୋଳନରୁ ଓହରିଛନ୍ତି ୨ଟି ବଡ କୃଷକ ସଂଗଠନ । ଗତ ୫୮ ଦିନ ପରେ ଆନ୍ଦୋଳନରୁ ଓହରିଛି ଭାରତୀୟ କିଷାନ ୟୁନିୟନ । ଗତକାଲିର ହିଂସାରେ ଆମେ ବହୁତ ମର୍ମାହତ ବୋଲି ଠାକୁର ଭାନୁପ୍ରତାପ ସିଂହ କହିଛନ୍ତି ।

ଏହା ସହ ରାଷ୍ଟ୍ରୀୟ କିଷାନ ମଜଦୁର ସଙ୍ଗଠନ ବି ଆନ୍ଦୋଳନରୁ ଓହରିଛି । ସମର୍ଥନ ପ୍ରତ୍ୟାହାର କରିଛନ୍ତି ସଙ୍ଗଠନର ମୁଖ୍ୟ ସର୍ଦ୍ଦାର ଭି.ଏମ୍ ସିଂହ । କିଷାନ ସଂଘର୍ଷ ସମନ୍ୱୟ ସମିତିର ବି ସଦସ୍ୟ ଅଛନ୍ତି ଭି.ଏମ୍ ସିଂହ । କାଲିର ହିଂସା ପରେ ମତ ବଦଳାଇଥିବା ଭି.ଏମ୍ ସିଂହ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଭିନ୍ନ ଦିଗରେ ଆନ୍ଦୋଳନ ଚଳାଇଲେ ଆମେ ସମର୍ଥନ କରିବୁନି । ‘ଆମେ ଆମର ଆନ୍ଦୋଳନ ଏଠାରେ ଶେଷ କରୁଛୁ । ଆମେ ଏଠାକୁ ମାଡ ଖାଇବାକୁ ଆସିନାହୁଁ । ଏହିପରି ରୂପେ ଆନ୍ଦୋଳନ ଚାଲିବ ନାହିଁ । ଆମେ ଦେଶକୁ ବଦନାମ କରିବାକୁ ଆସିନୁ ।’

Comments are closed.