CISF Fire Constableର ଲିଖିତ ପରୀକ୍ଷାରେ ୫ ଜଣ ନକଲି ପରୀକ୍ଷାର୍ଥୀ ଗିରଫ

ରାଉଲକେଲା ଠାରେ ଗତକାଲି CISF Fire Constable ପାଇଁ ଲିଖିତ ପରୀକ୍ଷା କରାଯାଉଥିଲା, ଯେଉଁଥିରେ ୫ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନଙ୍କ କହିବା ଅନୁସାରେ, ରାଉରକେଲାର ୩ଟି ସ୍ଥାନରେ କନେଷ୍ଟବଲ ନିଯୁକ୍ତି ପାଇଁ ପରୀକ୍ଷା କରାଯାଉଥିଲା । ପରନ୍ତୁ ପ୍ଲାଣ୍ଟ ସାଇଟ ଥାନା ଅଞ୍ଚଳରେ ଥିବା କେନ୍ଦ୍ରରେ ପରୀକ୍ଷା ପାଇଁ ଆସିଥିବା ୪ ଜଣ ଛାତ୍ରଙ୍କର ପରିଚୟ ପତ୍ର ମିଶି ନଥିଲା । ଏନେଇ କର୍ତ୍ତୃପକ୍ଷଙ୍କର ସନ୍ଦେହ ହେବାରୁ ପୋଲିସ ଡକାଇ ତଦନ୍ତ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସେହିପରି ସେକ୍ଟର ୧୫ ଥାନା ଅଞ୍ଚଳରୁ ମଧ୍ୟ ଆଉ ଜଣେ ନକଲି ପରୀକ୍ଷାର୍ଥୀ ଧରାପଡିଥିବାର ସୂଚନା ମିଳିଛି । ପୋଲିସ ସହାୟତରେ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିବା ସହିତ ଅଭିଯୁକ୍ତମାନଙ୍କର ଘର ବିହାର ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Comments are closed.