ବସ୍ ପଛରେ ଧକ୍କା କଲା ଟ୍ରଲର : ୧୮ ମୃତ, ୩୦ ଆହତ

ବସର ପଛପଟକୁ ଧକ୍କା କଲା ଟ୍ରଲର । ଫଳରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି । ଏପରି ଏକ ଦୁଃଖଦପୁର୍ଣ୍ଣ ସଡକ ଦୁର୍ଘଟଣା ଘଟିଛି ପାକିସ୍ତାନର ସିିନ୍ଧୁ ପ୍ରଦେଶରେ । ସୂଚନା ଅନୁସାରେ,ଏକ ଯାତ୍ରୀବାହୀ ବସ୍ ହାଇଦ୍ରବାଦରୁ ସିକନ୍ଦର ଆସୁଥିବା ବେଳେ ଟାୟାର ବଦଳାଇବା ପାଇଁ ଠିଆ ହୋଇଥିଲା । ସେହି ସମୟରେ ଗୋଟିଏ ଟ୍ରଲର ଦ୍ରୁତ ଗତିରେ ଆସି ସେହି ବସର ପଛପଟରେ ଧକ୍କା ଦେଇଥିଲା । ଫଳରେ ବସରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩୦ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଦେଇଛି ।

Comments are closed.