ପ୍ରଧାନମନ୍ତ୍ରୀଙ୍କ ଭାଷଣ ବେଳେ ଭୁଶୁଡିଲା ପେଣ୍ଡାଲ, ୨୨ ଆହତ

ପଶ୍ଚିମବଙ୍ଗର ମିଦନାପୁରରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି । ମୋଦୀଙ୍କ ଭାଷଣ ସମୟରେ ଉପସ୍ଥିତ ଲୋକମାନଙ୍କ ପାଇଁ ତିଆରି ହୋଇଥିବା ପେଣ୍ଡାଲଟି ଭାଙ୍ଗିଯାଇ ଲୋକଙ୍କ ଉପରେ ପଡିଯିବାରୁ ୨୨ ଜଣ ଲୋକ ଗଭୀର ଭାବେ ଆହତ ହୋଇଛନ୍ତି । ଆହତ ଲୋକଙ୍କୁ ଏସ୍.ପି.ଜି ଯବାନମାନଙ୍କ ଦ୍ୱାରା ଉଦ୍ଧାର କରାଯାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଲଗାତାର ବର୍ଷା ଓ ଲୋକମାନଙ୍କର ସଂଖ୍ୟା ଅତ୍ୟଧିକ ହେବା କାରଣରୁ ପେଣ୍ଡାଲଟି ସହ୍ୟ ନ କରି ଭାଙ୍ଗିଯାଇଥିବାର ସୂଚନା ମିଳିଛି । ପରେ ମୋଦି ନିଜର ବକ୍ତୃତା ଶେଷ କରି ଚିକିତ୍ସାଳୟରେ ଆହତ ହୋଇଥିବା ଲୋକମାନଙ୍କୁ ଭେଟ କରିବା ସହିତ ଜଲଦି ସୁସ୍ଥ ହେବା ପାଇଁ ପ୍ରାର୍ଥନା ମଧ୍ୟ କରିଥିଲେ ।

Comments are closed.