ଏମିତିବି ମୃତ୍ୟୁ ଆସେ, ସ୍କୁଲରେ ବିଦ୍ୟୁତ ଆଘାତରେ ଛାତ୍ରୀ ମୃତ

ଜୟପୁର : ବିଦ୍ୟାଳୟ ପରିସରରେ ବିଦ୍ୟୁତ୍ ଆଘାତରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍ ଦିଗାପୁର ସରକାରୀ ଆବାସିକ ବିଦ୍ୟାଳୟରେ।
ମୃତ ଛାତ୍ରୀଙ୍କ ନାଁ ସବିତା ମାଠପଡ଼ିଆ। ଆଜି ସକାଳ ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଛି।

ସ୍କୁଲ୍ ହତା ଭିତରେ ଥିବା ଏକ ହାଇମାଷ୍ଟ ଲାଇଟ୍‌ ପୋଲ୍‌କୁ କୌଣସି କାରଣ ବଶତଃ ସବିତା ଛୁଇଁ ଦେଇଥିଲେ। ବିଦ୍ୟୁତ୍ ଆଘାତରେ ସେ ଗୁରୁତର ହୋଇପଡ଼ିଥିଲେ। କିଛି ପିଲା ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହା ପରେ ସବିତାଙ୍କୁ ଉଦ୍ଧାର କରାଯାଇ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.