ରଜତ ଜ୍ୟୋତିଙ୍କ ଅଧୁରା ପ୍ରେମ କାହାଣୀ

ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ଏକ ନୂଆ ଓଡିଆ ସିନେମା ଅଧୁରା ପ୍ରେମ କାହାଣୀ । ସିନେମା ରିମେକର ଧାରାରୁ ବାହାରି ଏକ ମୌଳିକ ତ୍ରିିକୋଣୀୟ ପ୍ରେମ କାହାଣୀକୁ ନେଇ ପର୍ଯ୍ୟବେସିତ ଏହି ସିନେମା ।

ରଜର ମହାପାତ୍ର ଜ୍ୟୋତି କିଶୋର ଦାସଙ୍କ ମିଳିତ ପ୍ରଯୋଜନାରେ ଏହା ନିର୍ମାଣ ହୋଇଛି । ସିନେମାର ସୁଟିଂ ଶେଷ ହୋଇ ପୋଷ୍ଟ ପ୍ରଡ଼କସନ କାମ ଚାଲୁ ରହିଛି । ଏହି ସିନେମାର ମୁଖ୍ୟ ଚରିତ୍ରରେ ଦର୍ଶକ ଶୁଭାଶିଷ, ସୂର୍ଯ୍ୟମୟୀ, ପୁନମ, ଶ୍ରୀରାମ, ଜୀବନ ପଣ୍ଡା, ପ୍ରଜ୍ଞା, ଆଶ୍ରୁମୋଚନ ପ୍ରମୁଖଙ୍କୁ ଦେଖିବାକୁ ପାଇବେ ।

ଏହି ସିନେମାର ନିର୍ଦ୍ଦେଶକ ନିରଞ୍ଜନ ବାରିକ, ଆଶୁତୋଷ ଦାସ ରହିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ ଏବଂ ସିନେମାର କାହାଣୀ ଓ ଚିତ୍ରନାଟ୍ୟ, ସଂଳାପ ଲେଖିଛନ୍ତି ପ୍ରିୟବ୍ରତ ପଣ୍ଡା । ଖୁବଶୀଘ୍ର ସିନେମାଟି ବଡ ପରଦାକୁ ଆସିବ ।

Comments are closed.