ଆଜି ହିଁ ଖାଦ୍ୟରେ ବ୍ୟବହାର କରନ୍ତୁ କଳା ଚାଉଳ, ଜାଣନ୍ତୁ କାହିଁକି

ବ୍ଲାକ୍ ରାଇସ୍ ବା କଳା ଚାଉଳ ଆପଣ ହୁଏତ ଏହାକୁ ଖାଇ ନଥିବେ କିନ୍ତୁ ଏହା ବିଷୟରେ ନିଶ୍ଚୟ ଶୁଣିଥିବେ। ଆପଣ ମଧ୍ୟ ପ୍ରାୟତଃ ଆଶ୍ଚର୍ଯ୍ୟ ହେବେ ଯେ କଳା ଚାଉଲା ଖାଇଲେ ଆମ ଶରୀରକୁ କଣ ଲାଭ ମିଳିବ। ଏହି କଳା ଚାଉଳ ହଜମ କରିବା ଅତି ସହଜ ଏବଂ ଆମ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ସେଥିରେ ଆଣ୍ଟି-ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ। ଯେଉଁ କାରଣରୁ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହି କଳା ଚାଉଳର ୪ ଟି ଲାଭ ବିଷୟରେ କହିବୁ ।

ଆଖି ପାଇଁ ବହୁତ ଲାଭଦାୟକ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କଳା ଚାଉଳ ରେ ଆଣ୍ଟି-ଅକ୍ସିଡାଣ୍ଟ ଜିଆକ୍ସାଣ୍ଟିନ୍ ଏବଂ ଲ୍ୟୁଟିନ୍ ରହିଥାଏ। ଏହି ଆଣ୍ଟି-ଅକ୍ସିଡାଣ୍ଟ ଯୋଗୁଁ ଦୃଷ୍ଟି ଶକ୍ତି ବଢିଥାଏ । ଏବଂ ଆଖି ଜନିତ କୌଣସି ରୋଗ ମଧ୍ୟ ଦେଖାଦେବାର ଆଶଙ୍କା କମ୍ ଥାଏ ।

ଅନେକ ପ୍ରକାରର ପୋଷକ ତତ୍ତ୍ୱ ଉପଲବ୍ଧ

କଳା ଚାଉଳରେ ଫାଇବର, ପ୍ରୋଟିନ୍ ଏବଂ ଆଇରନ ପ୍ରଚୁର ପରିମାଣରେ ମିଳିଥାଏ।ଏହାକୁ ଖାଇବା ଦ୍ୱାରା ଶରୀର ଶକ୍ତିଶାଳୀ ହୁଏ ଏବଂ ଏହାର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ | ଏହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ସଠିକ୍ ଭାବରେ କାମ କରେ।

ହୃଦଘାତର ଆଶଙ୍କା ହ୍ରାସ ପାଇଥାଏ

କଳା ଚାଉଳ ଖାଇବା ଖାଇବା ଦ୍ବାରା ହୃଦଘାତର ଆଶଙ୍କା କମ୍ କରିଥାଏ । ଏଥିରେ ଫ୍ଲାଭୋନାଏଡ୍ ନାମକ ଏକ ଉପାଦାନ ମିଳିଥାଏ, ଯାହା ହୃଦରୋଗକୁ ଭଲ କରିବାରେ ସାହାଯ୍ୟ କରିଥାଏ । ଏହି ଉପାଦାନ ଶରୀରରେ ଆଣ୍ଟୋସିୟାନିନ କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲେସିରାଇଡର ସ୍ତରକୁ ଉନ୍ନତ କରିବାରେ ମଧ୍ୟ ସାହାର୍ଯ୍ୟ କରେ ।

କର୍କଟ ରୋଗରୁ ରକ୍ଷା

ଏହି ଚାଉଳ ଖାଇବା ଦ୍ବାରା ଆପଣଙ୍କୁ କର୍କଟ ରୋଗ ହେବାର ଆଶଙ୍କା କମ୍ ଥାଏ । ଏହି କଳା ଚାଉଳରେ ଆଣ୍ଟୋସିୟାନିନ ମିଳିଥାଏ । ଏହି ଚାଉଳରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଭଳି ଆଣ୍ଟି-କର୍କିନୋଜେନିକ୍ ଗୁଣ ମିଳିଥାଏ ।

ଏହି ଚାଉଳରେ ଭିଟାମିନ ବି ଏବଂ ଇ ପ୍ରଚୁର ମାତ୍ରାରେ ରହିଛି। ଏହା ବ୍ୟତୀତ ବ୍ଲାକ ରାଇସରେ କାଲସିଅମ୍‌, ମ୍ୟାଗ୍ନେସିଅମ୍‌, ଆଇରନ ତଥା ଜିଙ୍କ ଭଳି ତତ୍ତ୍ବ ମଧ୍ୟ ଅଧିକ ରହିଛି। ଏହା ସ୍ବାସ୍ଥ୍ୟ ହିତକାରୀ । ବିଶେଷଜ୍ଞଙ୍କ ଅନୁସାରେ ଏହି ଚାଉଳ ଖାଇଲେ କ୍ୟାନ୍ସର ଓ ଡାଏବେଟିସ ରୋଗୀଙ୍କ ପାଇଁ ଅନେକ ଫାଇଦା ହୁଏ। ଏହା ରକ୍ତ ବିଶୋଧନ ମଧ୍ୟ କରିଥାଏ । ବ୍ଲାକ୍‌ ରାଇସ ଖାଇଲେ ଓଜନ କମ ହୋଇଥାଏ ଓ ଶରୀରର ପାଚନ ଶକ୍ତି ବଢିଥାଏ।

Comments are closed.