ଜାଣିଛନ୍ତି କି ତୁଳସୀ ଚା ପିଇବା ଦ୍ଵାରା କଣ ମିଳେ ଲାଭ, ଜାଣନ୍ତୁ

କରୋନା ସଂକ୍ରମଣ ପାଇଁ ହେଉ ବା ଥଣ୍ଡା ଯୋଗୁ ଆମ ଗଳା ସଂକ୍ରମିତ ହୋଇଯାଇଥାଏ । ଫଳରେ ଆମେ ବାରମ୍ବାର କାସିବା ସହ ଗଳା ଦରଜ ମଧ୍ୟ ହୋଇଥାଏ । ଏମିତିରେ ଆମେ ମେଡିସିନ ନେଇଥାଉ । ଅଧିକ ମେଡିସିନ ନେବା ଆମ ପାଇଁ କ୍ଷତିକାରକ ହୋଇଥାଏ ।

ହେଲେ ବିନା ମେଡିସିନରେ ମଧ୍ୟ ଆମେ ଭଲ କରିପାରିବା ଗଳା ଦରଜକୁ । ଏବେ ତ କରୋନା ସଂକ୍ରମଣ ମଧ୍ୟ ହେବାକୁ ଯାଉଛି । ଏଥିପାଇଁ ତୁଳସୀ ଚା’ ମଧ୍ୟ ବହୁତ ଉପକାରୀ ହୋଇଥାଏ । ଆସନ୍ତୁ ଜାଣିବା ତୁଳସୀ ଚା’ ର କରାମତି ।

– ତୁଳସୀ , ମସଲା ଓ ମହୁ ସହ ପ୍ରସ୍ତୁତି ହୋଇଥିବା ଏଣ୍ଟିଅକ୍ସିଡାଣ୍ଟରେ ଭରପୁର ଚା’ ଏଲର୍ଜି ଓ ବଦଳୁଥିବା ରୁତୁ ପାଇଁ ବହୁତ ଉପକାରୀ । ଏହା ଭୂତାଣୁ ସହ ଲଢ଼ିବା ଓ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ ।

– ପ୍ରଥମେ ଦୁଇ ତିନି କପ୍‌ ପାଣିରେ ଡାଲଚିନ୍‌ କାଠି ମିଶାଇ ଭଲ ଭାବେ ଫୁଟାଇ ଦିଅନ୍ତୁ ।

– ଏଥିରେ ତୁଳସୀ ପତ୍ର ସହ ମସଲା, ଜାଇଫଳ ଓ ୨ ଖଣ୍ଡ ସ୍ଲାଇସ ଲେମ୍ବୁ ମିଶାନ୍ତୁ । ଚା’କୁ ୩ ମିନିଟ ଯାଏ ଢ଼ାଙ୍କିକରି ଫୁଟିବାକୁ ଦିଅନ୍ତୁ ।

– ଏବେ ଚା’କୁ ଛାଣି ଏଥିରେ ମହୁ ମିଶାଇ ଲେମ୍ବୁ ସହ ଗରମ ଗରମ ପିଅନ୍ତୁ ।

Comments are closed.