ନିତିଦିନ ଖାଆନ୍ତୁ ବିଟ୍‌, ମିଳିବ ଅଦ୍ଭୁତ ଫାଇଦା

ଭୁବନେଶ୍ୱର: ଯୁବପିଢ଼ି ଅଧିକାଂଶ ପନିପାରିବା ଖାଇବାକୁ ପସନ୍ଦ କରନ୍ତି ନାହିଁ । ଯାହା ଦ୍ୱାରା ଅନେକ ରୋଗର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବିଶେଷ କରି ରେଗୁଲାର ଫାଷ୍ଟଫୁଡ ଖାଇବା ଏହାର ମୁଖ୍ୟ କାରଣ । ଖାଦ୍ୟ ଖାଇବାରେ ଅନିୟମିତତା ଓ ସ୍ୱାସ୍ଥ୍ୟକର ଖାଦ୍ୟ ନଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ରୋଗ ଦେଖାଦେଇଥାଏ । ଏହା ସହିତ ପାରିପାଶ୍ୱର୍ିକ ପରିବେଶ ପାଇଁ ମଧ୍ୟ ରୋଗ ଆମ ଶରୀରରେ ପ୍ରବେଶ କରିଥାଏ । ଏଥିମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ରୋଗ ହେଉଛି ରକ୍ତହିନତା । ବିଟ୍‌ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଏହାଦ୍ୱାରା ଶରୀରରେ ରକ୍ତର ମାତ୍ରାକୁ ବଢ଼ାଇଥାଏ । କିଛି ପରିବା ରହିଛି ଯାହାକୁ ଖାଇବା ଦ୍ୱାରା ବ୍ଲଡ ପ୍ରେସର, ରକ୍ତର ଅଭାବ ଭଳି ରୋଗକୁ ଦୂର ହୋଇଥାଏ । କିନ୍ତୁ ବିଟକୁ ଖାଇଲେ ଆପଣଙ୍କ ଶରୀରରେ ରକ୍ତର ମାତ୍ରା ବଢ଼ିବା ସହିତ ସ୍ୱାସ୍ଥ୍ୟକୁ ଅନେକ ଫାଇଦା ପହଁଚାଇଥାଏ । ଆପଣ ବିଟକୁ ସାଲାଡ୍‌ କରି ମଧ୍ୟ ଖାଇଥିବେ କିନ୍ତୁ କେବେ ଆପଣ ଏହାକୁ ଭଜା ବନାଇ ଖାଇଛନ୍ତି କି । କାହିଁକିନା ବିଟ୍‌ ଆଳୁ ଭଜା ଖାଇବାକୁ ବହୁତ ସ୍ୱାଦିଷ୍ଟ ହୋଇଥାଏ । ତାହେଲେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ ।

ଆବଶ୍ୟକ ସାମଗ୍ରୀ- ୨ଟି ବଡ ବିଟ୍‌, ୨ଟି ଆଳୁ, ଗୋଟିଏ ପିଆଜ, ୨ଟି କଞ୍ଚା ଲଙ୍କା, ୧/୨ ଚାମଚ ହଳଦି, ଲୁଣ ସ୍ୱାଦାନୁସାରେ, ୧ ଚାମଚ ତେଲ,

ପ୍ରସ୍ତୁତି ପ୍ରଣାଳୀ-
– ସର୍ବପ୍ରଥମେ ମିଡିୟମ୍‌ ଆଞ୍ଚରେ ଏକ ପ୍ୟାନ ନିଅନ୍ତୁ ଏବଂ ତେଲ ଗରମ କରିବା ପାଇଁ ରଖନ୍ତୁ ।
– ତେଲ ଗରମ ହେବା ପରେ ବିଟ୍‌, ଆଳୁ, ପିଆଜ ଏବଂ କଞ୍ଚା ଲଙ୍କାକୁ ଏକାସାଥିରେ ପକାଇ ମି କ୍ସ କରନ୍ତୁ ।
– ହଳଦି ଏବଂ ଲୁଣ ମିଶାଇ ପ୍ୟାନକୁ ଢ଼ାଙ୍କୁଣୀରେ ଘୋଡାଇ ଦିଅନ୍ତୁ ।
– ପ୍ରାୟ ୧୦-୧୫ ମିନିଟ ପର୍ଯ୍ୟନ୍ତ ଏହାକୁ ସିଝିବାକୁ ଛାଡନ୍ତୁ ।
– ଏହାପରେ ଆପଣ ଦେଖନ୍ତୁ ବିଟ୍‌ ଏବଂ ଆଳୁ ଭଲଭାବେ ଭାଜି ହୋଇ ସିଝିଛି ନା ନାହିଁ ।

Comments are closed.