ରାଜା ବେଶରେ ବ୍ୟାଙ୍କ କର୍ମଚାରୀ

ପର୍ବପର୍ବାଣୀ ପରାମ୍ପରା ବେଶପୋଷାକରେ ସମସ୍ତେ ବୁଲାବୁଲି କରିବାକୁ ଭଲପାନ୍ତି । କେତେଜଣ ଏଭିଳି ପୋଷାକ କାର୍ଯ୍ୟଳୟ ପିନ୍ଧି ଯିବାକୁ ମଧ୍ୟ ପସନ୍ଦ କରନ୍ତି । କେରଳରେ ଏବେ ଓନମ ପର୍ବ ପାଳନ ହେଉଥିବାବେଳେ ଜଣେ ବ୍ୟକ୍ତିଙ୍କ ରାଜା ବେଶକୁ ନେଇ ଜୋର ଚର୍ଚ୍ଚା ହେଉଛି । ଅଗଷ୍ଟ ୩୦ରୁ ଆରମ୍ଭ ହୋଇଥିବା ଓନମ ସେପ୍‌ଟେମ୍ବର ୮ ପର୍ଯ୍ୟନ୍ତ ବେଶ ଜାକଜମକରେ ପାଳନ କରାଯିବ ।

ଏହି ଅବସରରେ ସ୍ଥାନୀୟ ଜଣେ ବ୍ୟକ୍ତି ତାଙ୍କ କାର୍ଯ୍ୟଳୟକୁ ମହାବଳୀ ରାଜାଙ୍କ ବେଶ ହୋଇ ଯାଉଛନ୍ତି । ସେଠିକା ଥାଲାସେରୀ ବ୍ୟାଙ୍କ ଶାଖାରେ ସେ କାମ କରୁଛନ୍ତି । ଗଲା ୩ଦିନ ମୁକୁଟ ଗଦା ରାଜାଙ୍କ ପୋଷାକ ପିନ୍ଧି ଯଥା ସମୟରେ ବ୍ୟାଙ୍କରେ ପହଞ୍ଚି ଗ୍ରାହକଙ୍କୁ ସେବା ଯୋଗାଉଥିବା ଦେଖାଯାଇଛି । ବ୍ୟାଙ୍କରେ ଜଣେ ଏଭଳି ରାଜା ବେଶଭୁଷା ହୋଇ କାମ କରିବା ପ୍ରଥମ । ଅନ୍ୟ କର୍ମଚାରୀମାନେ ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି । ଏହି ମହାବଳୀ ରାଜା ବେଶରେ ଆସୁଥିବା ବ୍ୟାଙ୍କ କର୍ମଚାରୀଙ୍କ ଭିଡିଓଟି ଟ୍ୱିଟରରେ ଖବୁ ଭାଇରାଲ ହେଉଛି ।

Comments are closed.