‘ଝଲକ୍ ଦିଖ୍ଲା ଜା-୧୦’ରେ ନଜର ଆସିବେ ଦୂତୀ ଚାନ୍ଦ
ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ‘ଝଲକ୍ ଦିଖ୍ଲା ଜା-୧୦’ରେ ପ୍ରତିଯୋଗୀ ଭାବେ ନଜର ଆସିବେ ଓଡ଼ିଆ ଝିଅ ତଥା ଧାବିକା ଦୂତି ଚାନ୍ଦ। କୋରିଓଗ୍ରାଫର ରବିନାଙ୍କ ସହ ସେ ନୃତ୍ୟକଳାରେ ନିଜର ଦମ୍ ଦେଖାଇବେ। ପୂର୍ବରୁ ଧାବିକା ଭାବେ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହୋଇଥିବା ଦୂତି ନିଜର ନୂଆ ଯାତ୍ରାକୁ ନେଇ ଖୁସି ଅଛନ୍ତି।
ଦୂତି କହିଛନ୍ତି, ମୁଁ ଭାବି ନ ଥିଲି ଯେ କେବେ ଏଭଳି ଭିନ୍ନ ଭିନ୍ନ ନୃତ୍ୟଶୈଳୀକୁ ପ୍ରଦର୍ଶନ କରିବି। ଅନେକ ବଡ଼ କଳାକାରଙ୍କ ବିପକ୍ଷରେ ପ୍ରତିଯୋଗୀ ହେବି। ହେଲେ ଜଣେ ଖେଳାଳି ଭାବେ ମୁଁ ଚ୍ୟାଲେଞ୍ଚଗୁଡ଼ିକୁ ସମ୍ମୁଖୀନ ହେବାକୁ ପସନ୍ଦ କରେ। ମୁଁ ଦର୍ଶକଙ୍କ ସାମ୍ନାରେ ପ୍ରଦର୍ଶନ କରିବାରେ ଅଭ୍ୟସ୍ତ, ହେଲେ ଏହା ଏକ ନୂତନ ଅନୁଭୂତି ହେବାକୁ ଯାଉଛି।
କହିରଖୁଛୁ, ‘ଝଲକ୍ ଦିଖ୍ଲା ଜା-୧୦’ରେ ବିଚାରପତି ଭାବେ ରହିଛନ୍ତି ମାଧୁରୀ ଦିକ୍ଷୀତ, କରନ୍ ଜୋହର, ନୋରା ଫତେହୀ। ସେହିଭଳି ଆଙ୍କରିଂ ଦାୟିତ୍ୱ ତୁଲାଉଛନନ୍ତି ମନୀଷ ପୌଲ। କଲର୍ସ ଚ୍ୟାନେଲରେ ପ୍ରତି ଶନିବାର ଏବଂ ରବିବାର ଏହା ପ୍ରସାରିତ ହେବ।
Comments are closed.