ଅନୁଭବ ବର୍ଷାଙ୍କୁ ଦଣ୍ଡ ଦେଲେ କୋର୍ଟ, ଗଣିବେ ୫ହଜାର

ଭୁବନେଶ୍ୱର : ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ କୋର୍ଟ ଦଣ୍ଡିତ କରିଛନ୍ତି  । ଉଭୟ କୋର୍ଟ କାର୍ଯ୍ୟକୁ ବିଳମ୍ବିତ କରୁଥିବାରୁ ସେମାନଙ୍କୁ ଦଣ୍ଡ ଦିଆଯାଇଛି  । ଅନୁଭବ ଓ ବର୍ଷା କୋର୍ଟରେ ୫ ହଜାର ଟଙ୍କା ଜମା କରିବାକୁ ପରିବାର ଅଦାଲତ ନିଦେ୍ର୍ଧଶ ଦେଇଛନ୍ତି  ।

କୋର୍ଟ କାରବାରରେ ଉଭୟ ଅଯଥା ବିଳମ୍ବିତ କରିଛନ୍ତି  । ବାରମ୍ବାର ତାରିଖ ସତ୍ୱେ ବର୍ଷା କୋର୍ଟକୁ ଆସୁନଥିଲେ  । ଅନୁଭବ ମଧ୍ୟ ଛାଡ଼ପତ୍ର ପିଟିସନରେ ଅନୁଭବ ଭୁଲ ବିବାହ ସ୍ଥାନ ଦେଇଥିଲେ  । ବର୍ଷା ଓ ଅନୁଭବଙ୍କ ପକ୍ଷରୁ ଦାଖଲ ଆବେଦନକୁ ବି କୋର୍ଟ ଗ୍ରହଣ କରିଛନ୍ତି  । ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା କୋର୍ଟଙ୍କୁ ଆବେଦନ କରିଥିଲେ  । ସେହିପରି ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ପାଇଁ ଅନୁଭବ ବି ଆବେଦନ କରିଥିଲେ  । ଉଭୟଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି  ।

 

Comments are closed.