ରାଜ୍ୟ ସରକାରଙ୍କ ପୂଜା ଭେଟି , ବଢ଼ିଲା ମାହଙ୍ଗା ଭତ୍ତା

ଭୁବନେଶ୍ୱର: ପୂଜା ଭେଟି ଦେଇଛନ୍ତି ରାଜ୍ୟ ସରକାର ।  ମହଙ୍ଗା ଭତ୍ତା ବଢାଇଛନ୍ତି ରାଜ୍ୟ ସରକାର । ସୋମବାର ଏନେଇ ଘୋଷଣା କରାଯାଇଛି । ରାଜ୍ୟ ସରକାର ୩ ପ୍ରତିଶତ ମହଙ୍ଗା ଭତ୍ତା ବଢାଇଥିବା ଜଣାଯାଇଛି ।

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି ।  ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁ ହେବ । କର୍ମଚାରୀ ଓ ପେନସନ ଭୋଗୀ ଏ ମାସ ଦରମାରେ ବର୍ଦ୍ଧିତ ପାଇବେ ବୋଲି ଜଣାଯାଇଛି ।

ଏହା ଦ୍ୱାରା  ୪ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

Comments are closed.