ଦ୍ରୌପଦୀ ମୂର୍ମୁଙ୍କ ସହ କଥା ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଭାରତର ପଞ୍ଚଦଶ ରାଷ୍ଟ୍ରପତି ହୋଇଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ଜଣେ ଆଦିବାସୀ ନେତ୍ରୀରୁ ସେ ରାଷ୍ଟ୍ରମୁକୁଟ ପିନ୍ଧିଛନ୍ତି । ଏହାକୁ ନେଇ ଓଡିଶା ସମେତ ସାରା ଦେଶ ଉତ୍ସବ ମୁଖର । ଚାରିଆଡୁ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ମୁର୍ମୁଙ୍କୁ ଫୋନ୍‌ କରି ରାଷ୍ଟ୍ରପତି ନିର୍ବାଚନରେ ମହାବିଜୟ ପାଇଁ ସମଗ୍ର ଓଡିଶାବାସୀଙ୍କ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କ ସଫଳତା ପାଇଁ ଓଡିଶାବାସୀ ଗର୍ବିତ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଠାରୁ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ । ଆସନ୍ତା ୨୫ରେ ସେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି ।

Comments are closed.