ଡ୍ରାଇଭିଙ୍ଗ୍ ଲାଇସେନ୍ସ ଧାରୀଙ୍କ ପାଇଁ ନୂଆ ନିୟମ, ଜାଣନ୍ତୁ କଣ ?

ସଡକ ସୁରକ୍ଷା ଜୀବନ ରକ୍ଷା, ହେଲେ ଏହାକୁ ମାନୁଚି ବା କିଏ । ଚାଳକଙ୍କ ଅସାବଧାନତା ଯୋଗୁଁ ବଢିଚାଲିଛି ଦୁର୍ଘଟଣା, ଯାହାର ସମାଧାନ ପାଇଁ ନିୟମିତ ହେବ ଆରୋହୀଙ୍କ ଚକ୍ଷୁ ପରୀକ୍ଷା । ଏଥିପାଇଁ ପ୍ରତେକ ଟୋଲ୍‌ଗେଟ୍‌ରେ ଚକ୍ଷୁ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯିବ ବୋଲି ପରିବହନ କମିଶନର ମଧୁସୂଦନ ପାଢୀ କହିଥିବା ବେଳେ ଯେଉଁ ଚାଳକ ୩ରୁ ଉର୍ଦ୍ଧ ଦୁର୍ଘଟଣା ଘଟାଇବେ ତାର ଲାଇସେନ୍ସ ସବୁ ଦିନ ପାଇଁ ରଦ୍ଦ କରାଯିବ ବୋଲି କହିଛନ୍ତି ବାଣିଜ୍ୟ ପରିବହନ ମନ୍ତ୍ରୀ ନୃସିଂହ ସାହୁ । ଦୁର୍ଘଟଣାରେ ମୃତ ବ୍ୟକ୍ତଙ୍କୁ ୨ ଲକ୍ଷ ଓ ଆହତ ବ୍ୟକ୍ତଙ୍କୁ ୫୦ ହଜାର ଟଙ୍କା ଦେବା ସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପୋଲିସର ବ୍ୟବସ୍ଥ କଡାକଡି କରାଯିବବୋଲି ନିର୍ଦ୍ଦେଶ ଦିଆଯାଇଛି ।

Comments are closed.