ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ଗିରଫ

ପୁଣି ଥରେ ମହିଳାଙ୍କ ଉପରେ ଦୁଷ୍ମର୍ମ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୋଲିସ । ଘଟଣାଟି ଘଟିଛି ଭୁବନେଶ୍ୱରର ମଞ୍ଚେଶ୍ୱର ସ୍ଥିତ ସମେଇଗଡିଆ ଅଞ୍ଚଳରେ । ସୂଚନାନୁସାରେ, ଜୟନ୍ତ ପଣ୍ଡା ନାମକ ଜଣେ ବ୍ୟକ୍ତି ଏକ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଦୁଷ୍ମର୍ମ କରିଥିଲେ । ଫଳରେ ମହିଳାଙ୍କ ଭାଇ ମଞ୍ଚେଶ୍ୱର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଜୟନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.