ଟ୍ରାକଟର ଓଲଟି ଡ୍ରାଇଭର ମୃତ
କେନ୍ଦ୍ରାପଡା(ଧୀରେନ୍ଦ୍ର ମଲ୍ଲିକ) : ଟ୍ରାକଟର ଓଲଟି ଡ୍ରାଇଭର ମୃତ | ମୃତକ ଡ୍ରାଇଭର ହେଲେ ପଟ୍ଟାମୁଣ୍ଡାଇ ଅଞ୍ଚଳ ତାତନା ଗ୍ରାମର 50 ବର୍ଷୀୟ ରଞ୍ଜନ ମଲ୍ଲିକ | ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଡ୍ରାଇଭର ରଞ୍ଜନ ଇଟା ଭାଟିରୁ କୋଇଲା ଛାଇ ଟ୍ରାକ୍ଟରରେ ବୋଝଇ କରି ତାତନା କେନାଲ ରାସ୍ତାରେ ନିଜ ଗ୍ରାମକୁ ଫେରୁଥିଲା | କେନାଲ ବନ୍ଧରେ ଟ୍ରାକ୍ଟର ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ କେନାଲ ତଳକୁ ଓଲଟି ପଡ଼ିଥିଲା | ଟ୍ରାକ୍ଟର ଚକା ତଳେ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିଲେ ରଂଜନ ପରେ ଲୋକେ ଖବର ପାଇ ସେଠାରୁ ତାକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଲୟକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।
Comments are closed.