ଏହି ୫ଟି ସ୍ଥାନରେ ଭୁଲରେ ରଖନ୍ତୁ ନାହିଁ ଲଫିଙ୍ଗ ବୁଦ୍ଧ
ଭୁବନେଶ୍ୱର : ଘରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ଅନେକ ଲାଫିଙ୍ଗ ବୁଦ୍ଧ ରଖନ୍ତି। ଘରେ ଲାଫିଙ୍ଗ ବୁଦ୍ଧ ରହିଲେ ଧନ ଭଣ୍ଡାର କେବେ ଖାଲି ହୁଏନି ବୋଲି ଅନେକ ବିଶ୍ବାସ ରଖନ୍ତି। ଘର, ରେଷ୍ଟୁରାଣ୍ଟ ହେଉ କିମ୍ବା ଅଫିସ, ଯେ କୌଣସି ସ୍ଥାନରେ ଏହାକୁ ରଖିପାରିବେ। ତେବେ କିଛି ଏଭଳି ସ୍ଥାନ ରହିଛି, ଯେଉଁଠି ଲଫିଙ୍ଗ ବୁଦ୍ଧ ରଖିବା ଉଚିତ ନୁହେଁ। ଆସନ୍ତୁ ଜାଣିବା, ଲାଫିଙ୍ଗ ବୁଦ୍ଧ ଘରର କେଉଁ ସ୍ଥାନରେ ରଖିବା ଦରକାର ଓ ଏହାର ସଠିକ ପ୍ରଣାଳୀ କ’ଣ?
ବାସ୍ତୁ ଶାସ୍ତ୍ର ଅନୁସାରେ, ଲାଫିଙ୍ଗ ବୁଦ୍ଧଙ୍କ ପ୍ରତିମାକୁ ମୁଖ୍ୟ ଦ୍ବାର ନିକଟରେ ଅତି କମ୍ରେ ୩୦ ଇଞ୍ଚର ଉଚ୍ଚତାରେ ରଖିବା ଦରକାର। ଏହାକୁ ରଖିବାର ସଠିକ ଉଚ୍ଚତା ୩୦ ଇଞ୍ଚରୁ ଉପରେ ଓ ୩୨.୫ ଇଞ୍ଚର କମ୍ରେ ରଖନ୍ତୁ ନାହିଁ। ଏହାଛଡା ଆପଣ ପୂର୍ବ ଦିଗରେ ଲାଫିଙ୍ଗ ବୁଦ୍ଧ ରଖିପାରିବେ। ଏହାକୁ ପରିବାରର ସୌଭାଗ୍ୟର ସ୍ଥାନ ବୋଲି କୁହାଯାଏ।
ଚେଷ୍ଟା କରନ୍ତୁ, ଯେପରିକି ଲାଫିଙ୍ଗ ବୁଦ୍ଧଙ୍କ ମୁହଁ ଘରର ମୁଖ୍ୟ ଦ୍ବାରର ଠିକ୍ ସାମନାରେ ରଖିପାରିବେ। ଘରର କବାଟ ଖୋଲିବା ଫଳରେ ଯେ କୌଣସି ଲୋକଙ୍କର ସବୁଠାରୁ ପ୍ରଥମେ ନଜର ଲାଫିଙ୍ଗ ବୁଦ୍ଧ ଉପରେ ପଡିବ। ଏହା ଫଳରେ ଘରକୁ ପ୍ରବେଶ କରୁଥିବା ନକାରତ୍ମକ ଶକ୍ତି ନଷ୍ଟ ହୋଇଯିବ। ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ପିଲାଙ୍କର ଷ୍ଟଡି ଟେବଲ ଉପରେ ରଖି ପାରିବେ। ଏହି ସ୍ଥାନରେ ରଖିଲେ ଏକାଗ୍ରତା ବଢିବ ଓ ଶିକ୍ଷାରେ ଭଲ ପରିଣାମ ମିଳିବ।
ବାସ୍ତୁ ଅନୁସାରେ, ଘରେ ରଖିଥିବା ଲାଫିଙ୍ଗ ବୁଦ୍ଧର ନାମ ଘର ମାଲିକଙ୍କ ହାତର ଗୋଟିଏ ଆଙ୍ଗୁଳି ସମାନ ହେବା ଦରକାର। ସେଭଳି ଲାଫିଙ୍ଗ ବୁଦ୍ଧ ମୂର୍ତ୍ତିର ଉଚ୍ଚତା ଘର ମାଲିକଙ୍କ ହାତ ସମାନ ହେବା ଦରକାର। ଘରର କିଛି ଖାସ୍ ସ୍ଥାନରେ ଲାଫିଙ୍ଗ ବୁଦ୍ଧଙ୍କୁ ରଖିବା ଫଳରେ ଖରାପ ପରିଣାମ କମ୍ ହୋଇପାରେ। ବାସ୍ତୁ ଅନୁସାରେ, ରୋଷେଇ ଘର, ଡାଇନିଂ ରୁମ୍, ବେଡ ରୁମ୍ ଭିତରେ କିମ୍ବା ବାଥ୍ରୁମ୍ ଆଖପାଖରେ ଏହାକୁ କେବେ ରଖିବା ଉଚିତ୍ ନୁହେଁ। ଏହାକୁ କେବେ ସିଧା ସଳଖ ମାଟିରେ ରଖନ୍ତୁ ନାହିଁ। ଟେବଲ ଉପରେ ରଖନ୍ତୁ।
Comments are closed.