ନଭେମ୍ବର ୧୬ରୁ ବନ୍ଦ ରହିବ ଘରୋଇ ବସ୍ ଚଳାଚଳ !!

ଭୁବନେଶ୍ୱର – କ୍ରମାଗତ ଭାବେ ତୈଳ ଦର ବଢିଚାଲିଥିବା ବେଳେ ରାଜ୍ୟ ଘରୋଇ ବସ୍ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ତେଲ ଦର କମ୍‌ କରିବା ପାଇଁ ଚେତାବନୀ ଦିଆଯାଇଛି । ଯଦି ନଭେମ୍ବର ୧୫ ତାରିଖ ମଧ୍ୟରେ ତେଲ ଦର ନ କମେ ତେବେ ନଭେମ୍ବର ୧୬ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ରାଜ୍ୟ ଘରୋଇ ବସ୍ ସଂଘର ସମ୍ପାଦକ କହିଛନ୍ତି । ସଂଘର ସମ୍ପାଦକ ଆହୁରି କହିଛନ୍ତି, ତେଲ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷର ଦାମ୍ ବୃଦ୍ଧି ଯୋଗୁ ବସ୍‌ ଗୁଡ଼ିକ କ୍ଷତିରେ ଚାଲିଛି। ଏଥିପାଇଁ ସରକାରଙ୍କ ସହଯୋଗ ଦରକାର ରହିଛି। ସରକାର ତେଲ ଦାମ୍ କମ୍ କରିବା ସହ ଟ୍ୟାକ୍ସ କମ୍ କରନ୍ତୁ। ଆଜି ରାଜ୍ୟ ଘରୋଇ ବସ୍ ସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ ବସିଥିଲା ବୈଠକ ପରେ ଏପରି ଚେତାବନୀ ସରକାରଙ୍କୁ ଦିଆଯାଇଛି ।

Comments are closed.