ବାଲୁଗାଁ ଅବକାରୀ ବିଭାଗ ଚଢ଼ାଉ ,୧୦୮ ଲିଟର ଦେଶୀ ମଦ ଜବତ, ଦୁଇ ଅଭିଯୁକ୍ତ ଗିରଫ

ବାଲୁଗାଁ(ରାକେଶ କୁମାର ଜଗଦେବ)- ବାଲୁଗାଁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନସ୍ଥ ଏକାଧିକ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଅବକାରୀ ବିଭାଗ ବଡ଼କୁଳ ଏବଂ ଚନ୍ଦ୍ରାପୁଟ ଗ୍ରାମରେ ଚଢ଼ାଉ କରି ଦୁଇ ଦେଶୀ ମଦ ବେପାରୀ ଧରମା ଜାଲି ଓ କିଶୋର ସାହୁକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦୮ ଲିଟର ଦେଶୀ ମଦ ଜବତ କରିଛି। ତେବେ ଏ ନେଇ ଦୁଇଟି ମାମଲା ପି.ଆର ନମ୍ବର ୭୨/୨୧-୨୨ ଓ ୭୩/୨୧-୨୨ ରୁଜୁକରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ମନୋଜ କୁମାର ବାରିକ, ଟାଙ୍ଗି ଅବକାରୀ ଅଧିକାରିଣୀ ସୁନିତା ଦଳାଇ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Comments are closed.