ଆପଣ ଜାଣିଛନ୍ତି କି ? ପାଦ କାହିଁକି ହୁଏ ଝିମଝିମ

ଅନେକ ଥର ଆପଣ ଅନୁଭବ କରିଥିବେ ଯେ ଯେତେବେଳେ ଆପଣ ବହୁତ ସମୟ ଧରି ଗୋଟିଏ ଯାଗାରେ ଗୋଟେ ପଜିସନରେ ବସିଯାଇଥିବେ କିମ୍ବା ଚକା ମାରିକି ବସିଯାଇଥିବେ ସେତେବେଳେ ଉଠିବା ସମୟରେ ପାଦରେ ଏକ ଅଜବ ପ୍ରକାରର ଝିମଝିମ୍‌ ଅନୁଭୂତ ହୋଇଥାଏ । ଲାଗେ ଯେପରି ଛୁୁଞ୍ଚିରେ ଯେମିତି କିଏ ପାଦକୁ ଫୋଡିଦଉଛି । କିନ୍ତୁ ଏପରି ହେବା ପଛରେ କାରଣ କଣ ଏବଂ ଏପରି କାହିଁକି ହୁଏ ତାହା ଜାଣିପାରିନଥାନ୍ତି । ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଏପରି ଏକ ଖାସ୍‌ ଭିଟାମିନର ଅଭାବ କାରଣରୁ ହୋଇଥାଏ ଯାହାର ଗୁରୁତ୍ୱ ଆମ ଶରୀରରେ ବହୁତ ବେଶି ରହିଛି । ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାରୁ କେମିତି ମୁକ୍ତି ମିଳିବ ଏବଂ ଏଥିପାଇଁ ଆପଣଙ୍କୁ କଣ କରିବା ଉଚିତ ।

ହାତ ଏବଂ ପାଦ ଝିମଝିମ୍‌ ହେବାର କାରଣ ଜାଣନ୍ତୁ
ହାତ ଏବଂ ପାଦରେ ଝିମଝିମ୍‌ ହେବାର ସବୁଠାରୁ ବଡ କାରଣ ହେଉଛି ଭିଟାମିନ ଇ ର ଅଭାବ । ଏହି ନ୍ୟୁଟ୍ରିୟଣ୍ଟସ ଏବଂ ଆଣ୍ଟି-ଅକ୍ସିଡେଣ୍ଟସ ଅଟେ ଯାହା ଆମକୁ ଫ୍ରି ରେଡିକୁଲସ ସହ ହେଉଥିବା କନେକସନକୁ କମ୍‌ କରିପାରେ । ଏହି ଫ୍ରି ରେଡିକୁଲସ ସୂର୍ଯ୍ୟଙ୍କ କିରଣ, ଖରାପ ପବନ ଏବଂ ଧୂଆଁ ଦ୍ୱାରା ମଧ୍ୟ କ୍ଷତି ପହଁଚାଇପାରେ । ଏହାଠାରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ଏପରି ଫୁଡସକୁ ଖାଇବାକୁ ହେବ ଯାହା ଭିଟାମିନରେ ଭରପୂର ।

ଭିଟାମିନ ଇ ର ଅଭାବକୁ କେମିତି ପୂରା କରିବେ ଜାଣନ୍ତୁ
ଯେତେବେଳେ ବଡିରେ ଭିଟାମିନ୍‌ ଇ ର ଅଭାବ ହେବ ସେତେବେଳେ ହାତ ଏବଂ ପାଦରେ ଝିମଝିମ ବଢ଼ିବା ଏକ ସାଧାରଣ କଥା । ଏହାର କମିକୁ ପୂରା କରିବା ପାଇଁ ଡେଲି ଲାଇଫରେ ମିଳୁଥିବା ଅନେକ ଜିନିଷକୁ ଖାଇପାରିବେ । ଏହାଦ୍ୱାରା ଆପଣଙ୍କ ଏହିି ସମସ୍ୟାରୁ ଛୁଟକାରା ମିଳିପାରିବ ।

ବାଦାମକୁ ଭିଟାମିନ୍‌ ଇ ର ରିଚ୍‌ ସୋର୍ସ ବୋଲି ଧରାଯାଏ । ଏହାକୁ ଆପଣ କଞ୍ଚା ନଚେତ ଭିଜାଇ ଖାଇପାରିବେ । ଏହା ନା କେବଳ ଫିଜିକାଲ, ବରଂ ମେଣ୍ଟାଲ ହେଲ୍ଥ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ ।

ଆପଣ ନିଜର ପ୍ରତିଦିନର ଭୋଜନ ରାନ୍ଧିବା ସମୟରେ ସୂର୍ଯ୍ୟମୁଖୀ ତେଲର ବ୍ୟବହାର କରିପାରିବେ । ଏହା ଶରୀରକୁ ଭରପୂର ଭିଟାମିନ ଇ ପ୍ରଦାନ କରିଥାଏ । କିଛି ଲୋକ ସାଲାଡରେ ଏହି ତେଲକୁ ମିଶାଇ ସେବନ କରନ୍ତି ।

ପ୍ରତିଦିନର ସ୍ନାକ୍ସ ରୂପେ ଖିଆଯାଉଥିବା ପିନଟ୍ସ ମଧ୍ୟ ଏହି ଲିଷ୍ଟରେ ସାମିଲ ରହିଛି । ଯେଉଁଥିରେ ଭିଟାମିନ ଇର ମାତ୍ରା ଭରପୂର ହୋଇରହିଛି ।

ଆବାକଡୋ ମଧ୍ୟ ସେହି ଫଳ ମଧ୍ୟରେ ସାମିଲ ରହିଛି ଯାହା ଜରିଆରେ ଶରୀରରେ ଭିଟାମିନ ଇର ଅଭାବକୁ ପୂରା କରାଯାଇହେବ ।

Comments are closed.