ଆପଣ ଜାଣିଛନ୍ତି କି କେଉଁ ଦେବତାଙ୍କ କେଉଁ ଫୁଲ ପ୍ରିୟ , ଜାଣନ୍ତୁ

ହିନ୍ଦୁ ଧର୍ମରେ ପୂଜାର୍ଚ୍ଚନା ସମୟରେ ଦେବୀ-ଦେବତାଙ୍କୁ ଅନେକ ଜିନିଷ ଅର୍ପଣ କରାଯାଇଥାଏ । ସେସବୁ ଜିନିଷ ମଧ୍ୟରୁ ଫୁଲ ଖୁବ ମହତ୍ତ୍ୱପୂର୍ଣ୍ଣ । ଯେକୌଣସି ପୂଜା ଫୁଲ ବିନା ସମ୍ପୂର୍ଣ୍ଣ ହୋଇନଥାଏ । ଫୁଲର ବାସ୍ନାରେ ବାତାବରଣ ପବିତ୍ର ହୋଇଥାଏ । ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ସମସ୍ତ ଦେବାଦେବୀଙ୍କୁ ଭିନ୍ନ ଭିନ୍ନ ଫୁଲ ଅର୍ପଣ କରାଯାଇଥାଏ । ମାନ୍ୟତା ଅନୁଯାୟୀ, ଏଭଳି ଫୁଲ ରହିଛି,ଯାହାକୁ କେଉଁ ଦେବାତାଙ୍କୁ କେଉଁ ଫୁଲ ଅର୍ପଣ କରିବା ଆବଶ୍ୟକ ତାହା ହୁଏତ ସଭିଏଁ ଜାଣିନଥିବେ ।
ଶ୍ରୀହରି ବିଷ୍ଣୁଙ୍କ ସ୍ୱରୂପ ଭଗବାନ ରାମଙ୍କର ପୂଜା କରିବା ସମୟରେ କନିଅର ଫୁଲର ବ୍ୟବହାର କରିବା ଉଚିତ ନୁହେଁ ।

ଭଗବାନ ଶିବଶଙ୍କରକୁ କଦାପି କେତକୀ ଫୁଲ ଅର୍ପଣ କରନ୍ତୁ ନାହିଁ ।
ମାତା ପାର୍ବତୀଙ୍କୁ କଦାପି ଅରଖ ଫୁଲ ଅର୍ପଣ କରି ପୂଜା ଆରମ୍ଭ କରନ୍ତୁ ନାହିଁ । ମା’ କ୍ରୋଧିତ ହୋଇଥାଆନ୍ତି ।
ଶାସ୍ତ୍ର ଅନୁଯାୟୀ, ଭଗବାନ ନାରାୟଣଙ୍କ ପୂଜାରେ କଦାପି ଅଗସ୍ତ୍ୟ ଫୁଲର ବ୍ୟବହାର କରନ୍ତୁ ନାହିଁ ।
ଧାର୍ମିକ ମାନ୍ୟତା ଅନୁଯାୟୀ, ସୂର୍ଯ୍ୟଦେବତାଙ୍କୁ କଦାପି ପୂଜାର୍ଚ୍ଚନା ସମୟରେ ବେଲପତ୍ର ଅର୍ପଣ କରନ୍ତୁ ନାହିଁ ।

Comments are closed.