ଆପଣ ଜାଣିଛନ୍ତି କି ହଳଦୀର ଚମତ୍କାରିତା

ଆୟୁର୍ବେଦରେ ହଳଦୀକୁ ବିଶେଷ ଔଷଧ ଭାବରେ ବିବେଚନା କରାଯାଏ। ହଳଦୀ ଉପରେ ଆମର ଏତେ ବିଶ୍ୱାସ ଅଛି ଯେ ଆମେ ଏହାକୁ ଆମ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହାର କରୁ। ଗରମ ପାଣିରେ ହେଉ, ଫେସ୍ ପ୍ୟାକ୍ ଭାବରେ ହେଉ କିମ୍ବା ସଂକ୍ରମଣକୁ ରୋକିବା ପାଇଁ ହଳଦୀ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣନ୍ତି କି ଗୋଟିଏ ଦିନରେ କେତେ ହଳଦୀ ବ୍ୟବହାର କରିବା ଠିକ୍ ହୋଇଥାଏ? ଏହା ବ୍ୟତୀତ, ହଳଦୀର ଅତ୍ୟଧିକ ବ୍ୟବହାର ହେତୁ ଆପଣଙ୍କର ସାଇଡ୍ ଇଫେକ୍ଟ ମଧ୍ୟ ହୋଇପାରେ।

ଗୋଟିଏ ଦିନରେ କେତେ ହଳଦୀ ଖାଇବା ଉଚିତ୍?

ଅନେକ ସ୍ୱାସ୍ଥ୍ୟ ରିପୋର୍ଟ ଅନୁଯାୟୀ, ଜଣେ ବ୍ୟକ୍ତି ଦିନକୁ ପ୍ରାୟ ୫୦୦ ମିଗ୍ରା ହଳଦୀ ଖାଇବା ଉଚିତ୍, କିନ୍ତୁ ଏହାକୁ ଅଧିକ ମାତ୍ରା ଖାଇବା ଦ୍ୱାରା ସାଇଡ୍ ଇଫେକ୍ଟ ହେବାର ଆଶଙ୍କା ବଢିଥାଏ। ଜଣେ ବ୍ୟକ୍ତି କେତେ ହଳଦୀ ଖାଇବ ତାହା ମଧ୍ୟ ବ୍ୟକ୍ତିର ବର୍ତ୍ତମାନର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନିର୍ଭର କରେ।

ହଳଦୀର ସାଇଡ୍ ଇଫେକ୍ଟ :

ଯେତେବେଳେ ଆପଣ ଅଧିକ ହଳଦୀ ଖାଆନ୍ତି, କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବା ଆରମ୍ଭ କରେ। ହଳଦୀକୁ ଅତ୍ୟଧିକ ଗ୍ରହଣ କରିବାର ସାମାନ୍ୟ ଲକ୍ଷଣଗୁଡ଼ିକ ପେଟ ଖରାପ ହେବା, ଝାଡ଼ା, ଏସିଡ୍ ରିଫ୍ଲକ୍ସ, ମୁଣ୍ଡ ବୁଲାଇବା ଏବଂ ମୁଣ୍ଡବିନ୍ଧା ଦେଖାଯାଏ। ଦୀର୍ଘ ସମୟ ଧରି ବହୁ ପରିମାଣରେ ହଳଦୀ ଖାଇବା ଦ୍ୱାରା କିଡ୍‌ନୀ ଷ୍ଟୋନ୍ ସୃଷ୍ଟି ହେବାର ଆଶଙ୍କା ବଢିପାରେ କାରଣ ,ଏହା ମୂତ୍ରରେ ଅକ୍ସାଲେଟର ସ୍ତରକୁ ବଢାଇଥାଏ। କିନ୍ତୁ ଚର୍ମରେ ହଳଦୀ ଲଗାଇବା ଦ୍ୱାରା କୌଣସି ଗମ୍ଭୀର ସାଇଡ୍ ଇଫେକ୍ଟ ହୁଏ ନାହିଁ ।

କେଉଁ ଲୋକଙ୍କ ପାଇଁ ହାନୀକାରକ ହଳଦୀ?

ଯେଉଁମାନଙ୍କର ଗାଲ୍ ବ୍ଲାଡର ସମସ୍ୟା, ରକ୍ତସ୍ରାବ ଜନିତ ରୋଗ, ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସ ଡିସଅର୍ଡର ଅଛି, ସେମାନଙ୍କୁ ହଳଦୀକୁ ଅଳ୍ପ ପରିମାଣରେ ଖାଇବାକୁ ପରାମର୍ଶ ଦିଆଯାଇଛି । ମଧୁମେହ ରୋଗୀମାନେ ମଧ୍ୟ ହଳଦୀକୁ ସତର୍କତାର ସହିତ ଖାଇବା ଉଚିତ୍, କାରଣ ହଳଦୀରେ ଥିବା କର୍କୁମିନ୍ ସୁଗାର୍ ଲେବଲକୁ ପ୍ରଭାବିତ କରିଥାଏ। ଆଇରନ୍ ଅଭାବ ଥିବା ବ୍ୟକ୍ତିମାନେ ହଳଦୀ ଖାଇବା ଠାରୁ ଦୂରେଇ ରହିବା ଉଚିତ୍, କାରଣ ଏହା ଆଇରନ୍ ଅବଶୋଷଣକୁ ପ୍ରାୟ ୨୦% ହ୍ରାସ କରିଥାଏ।

Comments are closed.