ଜାଣନ୍ତିକି, ଗଜା ବୁଟ ଖାଇଲେ କେତେ ଫାଇଦା?

ଭୁବନେଶ୍ୱର: ସାଧାରଣତଃ ଧାରଣତଃ ଆମମାନଙ୍କ ମଧ୍ୟରୁ ଅନେକ ଲୋକ ମାନିଥାନ୍ତି ଯେ ସକାଳର ଜଳଖିଆ ବହୁତ ହାଲକା ଫୁଲକା ହେବା ଆବଶ୍ୟକ କିନ୍ତୁ ଏହା ଭୁଲ । ରାତ୍ରିଭୋଜନ ପରେ ସକାଳର ଜଳଖିଆ ପର୍ଯ୍ୟନ୍ତ ଏହା ମଧ୍ୟରେ ସମୟର ବ୍ୟବଧାନ ବହୁତ ଅଧିକ ହୋଇଥାଏ । ସେଥିପାଇଁ ସକାଳୁ ସକାଳୁ ଏକ ପୌଷ୍ଟିକ ଆହାର ଆମ ଶରୀରର ପାଇଁ ବହୁତ ଆବଶ୍ୟକୀୟ ହୋଇଥାଏ । ଆମେ ସାଧରଣତଃ ଭାବିଥାଉ ଯେ ଟିଫିନ ଏମିତି ହେବା ଆବଶ୍ୟକ ଯାହା ଅତି ଚଟାପଟ ପ୍ରସ୍ତୁତ ହୋଇଯାଉଥିବ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏପରି ଖାଦ୍ୟ ଯାହାକୁ ଆପଣ ଅତି କମ ସମୟ ମଧ୍ୟରେ ଓ ଅତି ସହଜରେ ପ୍ରସ୍ତୁତ କରିପାରିବେ ।

ସାଧାରଣତଃ ଆପଣ ଶୁଣିଥିବେ ଯେ ଖାଲି ପେଟରେ ଗଜା ମୁଗ କିମ୍ବା ଗଜା ବୁଟ ଖାଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଥାଏ । ତେବେ ଏହା ପଛରେ ଅନେକ କାରଣ ରହିଛି । ଯଦି ଆପଣ ନିଜ ଖାଦ୍ୟରେ କିଛି ପରିବର୍ତ୍ତନ କରିବାକୁ ଚିନ୍ତା କରୁଛନ୍ତି, ତେବେ ଚଣା ବା ବୁଟ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଚଣାର ଉପକାରିତା ବିଷୟରେ କହିବାକୁ ଯାଉଛୁ ।

ଆଜି ଆମେ ଆପଣଙ୍କୁ ସୁସ୍ଥ ରହିବା ପାଇଁ କିଛି ଉପାୟ କହିବାକୁ ଯାଉଛୁ । ସିଝା ହୋଇଥିବା ବୁଟ (Boiled Gram) ପିତ୍ତ ଓ କଫକୁ ଦୂର କରିଥାଏ । କିନ୍ତୁ ଅଙ୍କୁରିତ ବା ଗଜା ବୁଟ ଶକ୍ତି ବୃଦ୍ଧିକାରୀ, ରକ୍ତ ସଫା, ପ୍ରୋଟିନରେ ଭରପୂର ତଥା ଥଣ୍ଡା ହୋଇଥାଏ । ଜାଣନ୍ତୁ ଗଜା ବୁଟ ଖାଇବାର ଫାଇଦା…

-ଶାରୀରିକ ଦୁର୍ବଳତାକୁ ଦୂର କରିବା ପାଇଁ, ଶରୀରକୁ ମଜବୁତ କରିବା ପାଇଁ ତଥା ଓଜନ ବଢ଼ାଇବା ପାଇଁ ସନ୍ଧ୍ୟାରେ ଦୁଇ ମୁଠାଏ ବୁଟକୁ ବିଶୁଦ୍ଧ ପାଣିରେ ଭିଜାଇ ଦିଅନ୍ତୁ । ଏହାପରେ ଏହି ଅଙ୍କୁରିତ ହେବା ପରେ ଏହାକୁ ଚୋବାଇ ଚୋବାଇ ଖାଆନ୍ତୁ ।

-ଲୁଣ ନ ମିଶାଇ ଗଜା ବୁଟ ଚୋବାଇ ଖାଇଲେ ତ୍ୱଚା ସୁସ୍ଥ ରହେ ଓ ଏହା ଚିକ୍କଣ ଦିଶେ । କାଛୁ କୁଣ୍ଡିଆ ଭଳି ରୋଗ ମଧ୍ୟ ହୋଇ ନ ଥାଏ ।

– ଦୁର୍ବଳ ହୃଦୟ ଥିବା ବ୍ୟକ୍ତିମାନେ ପ୍ରତିଦିନ ଗଜା ବୁଟ ଖାଇବା ଉଚିତ । ଏହି ଚନାରେ ପ୍ରଚୁର ମାତ୍ରାରେ ମ୍ୟାଗ୍ନେସିୟମ୍ ଓ ଫୋଲେଟ୍ ଥାଏ । ଯାହା କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ସହାୟକ ହୋଇଥାଏ ।

-ପ୍ରତିଦିନ ସକାଳେ ଗଜା ବୁଟ ଖାଇଲେ ପାଚନ ତନ୍ତ୍ର ସୁସ୍ଥ ହୋଇଯାଏ । କାରଣ ଏଥିରେ ପ୍ରଚୁର ମାତ୍ରାରେ ଫାଇବର୍‌ ଥାଏ ।
– ଗଜା ବୁଟ ଖାଇଲେ ଶରୀରରେ ପ୍ରଜନନ କ୍ଷମତା ବୃଦ୍ଧି ପାଇଥାଏ ।

– ରକ୍ତହୀନତା ରୋଗ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ। ସେମାନେ ଅଙ୍କୁରିତ ବୁଟ, ଗହମର ବେସନ ମିଶାଇ ରୁଟି କିମ୍ବା ଅନ୍ୟ ଉପାୟ ସେବନ କରିବା ଆବଶ୍ୟକ । ଏଥିରୁ ଲାଭ ମିଳିଥାଏ ।

– ଯଦି ରକ୍ତଚାପ ଥାଏ। ତେବେ ଗଜା ବୁଟ ଖାଇବା ଉଚିତ। କାରଣ ଏହା ରକ୍ତବାହୀକୁ ସ୍ୱାଭାବିକ କରିଥାଏ । ଯାହା ଉଚ୍ଚ ରକ୍ତଚାପର ଆଶଙ୍କା ହ୍ରାସ କରିଥାଏ ।

-ଯଦି ଆପଣଙ୍କର ମୂତ୍ରଜନିତ ସମସ୍ୟା ଥାଏ। ତେବେ ଗଜା ବୁଟ ଖାଇବା ଦ୍ୱାରା ସେହି ସମସ୍ୟା ରହିବ ନାହିଁ । ଏହା ପାଇଲ୍ସ ପାଇଁ ମଧ୍ୟ ଉପକାରୀ ହୋଇଥାଏ ।

Comments are closed.