ସଞ୍ଜୟ ନିଜ ମା ଙ୍କ ପାଖକୁ ଚିଠିରେ କଣ ଲେଖିଛନ୍ତି,ଜାଣନ୍ତୁ

ମୁମ୍ବାଇ:ଶିବସେନା ନେତା ଏବେ ଜେଲରେ ଅଛନ୍ତି । ସଞ୍ଜୟ ରାଉତ ତାଙ୍କ ମାଆଙ୍କ ନିକଟକୁ ଲେଖିଥିବା ପତ୍ର‌ରେ ଏସବୁ କଥା ଉଲ୍ଲେଖ କରିଛନ୍ତି। ସେ କେବେ ବି ଉଦ୍ଧବ ଓ ଶିବସେନା ସହ ପ୍ରତାରଣା କରିବେ ନାହିଁ ବୋଲି ମାଆଙ୍କ ନିକଟକୁ ଲେଖିଥିବା ପତ୍ରରେ ଦେଖିବାକୁ ମିଳିଛି।

ଏହି ଚିଠିଟି ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ସେ ଗିରଫ ହେବାର ସପ୍ତାହେ ପରେ ଅଗଷ୍ଟ ୮ ତାରିଖରେ ଏହି ଚିଠି ସେ ତାଙ୍କ ମାଆଙ୍କ ନିକଟକୁ ଲେଖିଥିଲେ।

ଉଲ୍ଲେଖଯୋଗ୍ୟ, ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ଜେଲରେ ରହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ଅନୁସନ୍ଧାନ କରୁଥିବା ପତ୍ରାଚଲ ପୁନଃନିର୍ମାଣରୁ ହୋଇଥିବା ମନି ଲଣ୍ଡରିଂ ଅଭିଯୋଗରେ ଅଗଷ୍ଟ ୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ରାଉତଙ୍କୁ ଗିରଫ କରାଯାଇଥିଲା।

Comments are closed.