ଜିହାଦକୁ ନେଇ ଏମିତି କିଛି କହିଲେ ସୁପ୍ରିକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠକୁ ଏହି ମାମଲା ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ସର୍ବସମ୍ମତି କ୍ରମେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏହା ଉପରେ ନିଷ୍ପତ୍ତି ନେବେ। ଗୁରୁବାର ଦିନ ଜଷ୍ଟିସ ହେମନ୍ତ ଗୁପ୍ତା ତାଙ୍କ ରାୟ ଦେବାବେଳେ କର୍ଣ୍ଣାଟକ ସରକାରଙ୍କ ତରଫରୁ ହିଜାବ ନିଷେଧାଦେଶ ଜାରି କରି ବିରୋଧକାରୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏଥିସହିତ ଜଷ୍ଟିସ୍ ଧୁଲିଆ କର୍ଣ୍ଣାଟକ ସରକାରଙ୍କ ହିଜାବକୁ ନିଷିଦ୍ଧ କରିବା ନିଷ୍ପତ୍ତିକୁ ଭୁଲ ବୋଲି କହିଥିଲେ । ଏଭଳି ସ୍ଥିତିରେ ଦୁଇ ବିଚାରପତିଙ୍କ ଭିନ୍ନ ନିଷ୍ପତ୍ତି ଯୋଗୁଁ ମାମାଲାର ଶୁଣାଣି ହୋଇପାରିନି।

ସୂଚନାଥାଉ କି, କର୍ଣ୍ଣାଟକର ବିଭିନ୍ନ ସ୍କୁଲ ଓ କଲେଜରେ ହିଜାବ ବ୍ୟାନ୍ ମାମଲାରେ ଆଜି ସୁପ୍ରିମକୋର୍ଟରେ ରାୟ ଆସିବାର ଥିଲା । ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ନେଇ ବିବାଦ ଲାଗି ରହିଛି । ପ୍ରଥମେ ଗୋଟିଏ ସ୍ଥାନରୁ ଆରମ୍ଭ ହୋଇଥିବା ବିରୋଧ ପ୍ରଦର୍ଶନ ପରେ କର୍ଣ୍ଣାଟକର ବିଭିନ୍ନ ସ୍ଥାନରୁ ବ୍ୟାପୀ ଯାଇଥିଲା। ପରେ ଏହା ଜାତୀୟ ପ୍ରସଙ୍ଗ ପାଲଟିଯାଇଥିଲା।

ସୁପ୍ରିମକୋର୍ଟରେ ଲଗାତର ୧୦ ଦିନ ଧରି ଏହି ମାମଲାର ଶୁଣାଣି ହୋଇଥିଲା। ସେପ୍ଟେମ୍ବର ୨୨ରେ ରାୟ ସଂରକ୍ଷିତ ରଖାଯାଇଥିଲା। କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ ଦେଇ ହୋଇଥିବା ମୋଟ ୨୩ଟି ଆବେଦନ ଉପରେ ଖଣ୍ଡପୀଠ ଶୁଣାଣି କରିଥିଲେ।

Comments are closed.